ରକ୍ତଦାନ ଜୀବନ ଦାନ, ରକ୍ତର ବିକଳ୍ପ ନାହିଁ ଏହା ଏକ ଅମୁଲ୍ୟ ସମ୍ପଦ

0
298

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ରକ୍ତାଭାବ ଦୂର ପାଇଁ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଓଡିଶା ମୋ ପରିବାର ଏବଂ ଜୀବନ ବିନ୍ଦୁ ପକ୍ଷରୁ ରକ୍ତ ସଂଗ୍ରହ ଅଭିଯାନ ଜାରି ରହିଛି। ଏହି କ୍ରମରେ ବ୍ରହ୍ମପୁର ଠାରେ ମାନ୍ୟବର ବିଧାୟକ ଶ୍ରୀ ବିକ୍ରମ ପଣ୍ଡାଙ୍କ ତତ୍ୱାବଧାନରେ ଆୟୋଜିତ ରକ୍ତଦାନ ଶିବିରର ଆଜି ଶେଷ ଦିବସ ଏବଂ ଆଜିର ଶିବିରରେ ୬୦ ୟୁନିଟ ରକ୍ତ ସଂଗ୍ରହ ସହ ସମୂହ ୩୪୯ ୟୁନିଟ ରକ୍ତ ସଂଗ୍ରହ ହୋଇଛି । ବ୍ରହ୍ମପୁର ବିଧାୟକଙ୍କ ଆହ୍ୱାନ କ୍ରମେ ମହାମାରୀ ସମୟରେ ରକ୍ତଅଭାବ ଦୂରକରିବା ପାଈଁ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ସାହାସୀକତାର ପରିଚୟ ଦେଇଥିବା ଆଜିର ସମସ୍ତ ରକ୍ତଦାତା ମାନଙ୍କୁ ମାନ୍ୟବର ବିଧାୟକ ଶ୍ରୀ ବିକ୍ରମ ପଣ୍ଡା ହାର୍ଦିକ ଅଭିନନ୍ଦନ ଜଣାଇଛନ୍ତି |

LEAVE A REPLY

Please enter your comment!
Please enter your name here