ଅସହାୟ ଓ ଦୁର୍ବଳ ସମୟର ବନ୍ଧୁ ଉମାସାର୍ ; କଲେଣି ୧୬୪ ଶବଦାହ

0
430

ଭଞ୍ଜନଗର(ନିଲୁ ବିଶୋଇ)କୁହାଯାଏ ମାନବ ସେବା ହିଁ ମାଧବ ସେବା । ଯଦି ମାଧବଙ୍କ ସେବା କରିବାକୁ ଚାହୁଁଛନ୍ତି ତେବେ ମାନବ ଙ୍କ ସେବା କରିବା ନିହାତି ଦରକାର। ଏହାକୁ ଠିକ ଭାବେ ବୁଝିଛନ୍ତି ଉମାସାର୍ । ମଣିଷର ଦୁର୍ବଳ ସମୟ ହେଲା ଯେତେ ବେଳେ ପରିବାର କେହି ମୃତାହତ ହୁଅନ୍ତି। ବାସ୍ ସେହି ଦୁର୍ବଳ ସମୟରେ ସାହାଯ୍ୟ କରିବା ପାଇଁ ନିର୍ବିଚାର ରେ ପହଂଚି ଯାଆନ୍ତି ଉମାସାର୍। ଶବ ସତ୍କାର କାଯ୍ୟ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ସମସ୍ତ କାଯ୍ୟ ତୁଲାଇ ଥାଆନ୍ତି। ଆବଶ୍ୟକ ସ୍ଥଳେ ଶବ ବୋହିବାରେ କାନ୍ଧ ମଧ୍ୟ ଲଗାଇଥାଆନ୍ତି। ଗତ ୨୦ ବର୍ଷ ହେଲା ଏଭଳି ସେବା ପ୍ରଦାନ କରି ଅଂଚଳରେ ନିଜର ଏକପ୍ରକାର ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି ଉମା ଚରଣ ସାହୁ।
ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ପ୍ରତାପୁର ଗ୍ରାମ ପଞ୍ଚାୟତ ର କଲ୍ୟାଣପୁର ଗ୍ରାମରେ ବାସ କରନ୍ତି ଉମା ଚରଣ ସାହୁ । ୨୦୦୦ ମସିହା ରୁ ସେ ଏହି କାଯ୍ୟ ଆରମ୍ଭ କରିଛନ୍ତି। କଲ୍ୟାଣପୁର ତଥା ନିକଟସ୍ଥ ୨୦/୩୦ ଗ୍ରାମରେ ସେ ଯାଇ ଏହି କାଯ୍ୟ କରିଥାଆନ୍ତି। ଖବର ପାଇଗଲେ ବାସ୍ କେହି ତାହାଙ୍କୁ ଡାକିବା ଅପେକ୍ଷା ନ କରି ସେଠାରେ ପହଂଚିଯାଆନ୍ତି। ଆଜି ପର୍ଯ୍ୟନ୍ତ ସେ ୧୬୪ ଶବ ଦାହ କରିଥିବା କହିଛନ୍ତି। ସେ ଏହା ଜାଣିବା ପାଇଁ ଗୋଟିଏ ଖାତାରେ ଏହାର ତାଲିକା ରଖିଥିବା ମଧ୍ୟ ଦେଖିବାକୁ ମିଳିଛି। ଏହି କାଯ୍ୟ ପାଇଁ ତାଙ୍କ ପରିବାର ଲୋକେ ମଧ୍ୟ ତାଙ୍କୁ ପ୍ରୋତ୍ସାହନ ଯୋଗାଇଥାଆନ୍ତି। ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ସେ ଗାଁର କିଛି ପିଲା ଙ୍କୁ ଟିୟୁସନ କରିଥାଆନ୍ତି। ନିଜର ଅଵସ୍ଥା ସ୍ୱଚ୍ଛଳ ନଥିଲେ ମଧ୍ୟ ସେ ଅନ୍ୟର ସେବା କରିବାରେ କେବେବି ପଛାଇନାହାନ୍ତି। ଗୋଟିଏ ଝିଅ ବିବାହ କରି ସାରିଥିବା ବେଳେ ପୁଅ ମଧ୍ୟ ରୋଜଗାର କରିବା ପାଇଁ ବାହାର ରାଜ୍ୟରେ ରହୁଥିବା ବେଳେ ପତ୍ନୀଙ୍କ ସହ ଗାଁ ରେ ଦୁଃଖକଷ୍ଟ ରେ ବାସ କରୁଛନ୍ତି। ଏପରିକି ରହିବାକୁ ଭଲ ଘରଟିଏ ମଧ୍ୟ ନାହିଁ। ସରକାର ଙ୍କ ତରଫରୁ ଆବାସ ଟିଏ ପାଇଁ ସେ ଚାହିଁ ବସିଛନ୍ତି। ସେ ଅନ୍ୟ ମାନଙ୍କ ସେବା କରୁଥିବା ରୁ ଭଗବାନ ନିର୍ଚୟ ତାଙ୍କ ଗୁହାରି ଶୁଣିବେ ବୋଲି ସେ ଆଶାପୋଷଣ କରିଛନ୍ତି। ଅସହାୟ ର ବନ୍ଧୁ ଉମା ଚରଣ ଙ୍କ କାଯ୍ୟକଳାପ କୁ ଅଞ୍ଚଳରେ ଖୁବ ପ୍ରଶଂସା କରାଯାଉଛି। ଏବେ ସେ ବାତ ରୋଗରେ ପୀଡ଼ିତ ହୋଇଛନ୍ତି। ଫଳରେ ଚଲାବୁଲା ରେ ସାମାନ୍ୟ ଅସୁବିଧା ହେଉଛି ତଥାପି ସେ ନିଜ କାଯ୍ୟ ରେ କେବେ ଅବହେଳା କରିନାହାନ୍ତି। ଜୀବନ ଥିଲା ଯାଏ ସେ ଏହି କାଯ୍ୟ ଚାଲୁ ରଖିବେ ବୋଲି ପ୍ରକାଶ କରିଛନ୍ତି

LEAVE A REPLY

Please enter your comment!
Please enter your name here