ନବରଙ୍ଗପୁର ଜିଲ୍ଲାପାଳଙ୍କ ମାନବିକତା

0
756

ନବରଙ୍ଗପୁର(ନ୍ୟୁଜ ଏକ୍ସଟ୍ରା) ନିଜ ଶାନ୍ତ ସ୍ଵଭାଵ ବ୍ୟବହାର କୁ ନେଇ ସବୁବେଳେ ଲୋକ ମାନଙ୍କ ମନ ଜିଣୁଥିବା ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ ମିଶ୍ର ଆଜି ପୁଣି ନିଜ ମାନ ବିକତା ର ପରିଚୟ ଦେଇ ସମସ୍ତ ଙ୍କର ମନ ଜିଣିଛନ୍ତି। ରାସ୍ତା ରେ ଦୁର୍ଘଟଣା ଗ୍ରସ୍ତ ଦୁଇ ଗୁରୁତର ଆହତ ବ୍ୟକ୍ତି ଙ୍କୁ ବିଳମ୍ବ ନ କରି ନିଜ ଗାଡି ରେ ନବରଙ୍ଗପୁର ଡାକ୍ତରଖାନା ଆଣି ଚିକିତ୍ସା କରେଇଛନ୍ତି। ଝରିଗାଁ ବ୍ଲକ ରୁ ଏକ ବୈଠକ ସାରି ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ଫେରୁଥିବା ସମୟରେ D.R.D.A ପ୍ରକଳ୍ପ ନିର୍ଦେଶକ ରମାକାନ୍ତ ନାୟକ ଏବଂ dfo ମଗର ଧନାଜି ରାଓ ଫେରୁଥିବା ସମୟ ରେ ପାପଡାହାଣ୍ଡି ବ୍ଲକ ବାର୍ଲ୍ଲୀ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇ ପଡିରହିଥିଲେ ।ଦୁଇ ବ୍ୟକ୍ତି ଙ୍କ ମୁଣ୍ଡରେ ପ୍ରବଳ ଆଘାତ ଲାଗି ରକ୍ତସ୍ରାବ ହେଉଥିଲା, ସେହି ସ୍ଥାନରେ ରେ ମୋବାଇଲ ନେଟୱର୍କ ନଥିବାରୁ 108 ଆମ୍ବୁଲାନ୍ସ କୁ ସୂଚନା ଦେବା ସମ୍ଭବ ପର ହେଇପାରି ନଥିଲା ତେଣୁ ,ଜିଲ୍ଲାପାଳ ଶ୍ରୀ ମିଶ୍ର ଆଉ ବିଳମ୍ବ ନ କରି ଦୁଇ ଆହତ ବ୍ୟକ୍ତି ଙ୍କୁ ପ୍ରକଳ୍ପ ନିର୍ଦେଶକ ଙ୍କ ଗାଡି ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଆଣି ଭର୍ତି କରେଇବା ସହ ଦୁଇ ଆହତ ଙ୍କ ଅଧିକା ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ସହ ଆଲୋଚନା କରିଥିଲେ।ଜିଲ୍ଲାପାଳ ଙ୍କ ଏଇ ମହତ କାର୍ଯ୍ୟ ପାଇଁ ଏବେ ନବରଙ୍ଗପୁର ଜିଲ୍ଲା ରେ ଚର୍ଚ୍ଚା ହେବା ରେ ଲାଗିଛି ଜିଲ୍ଲାପାଳ ହେବ ତ ଏମିତି।

LEAVE A REPLY

Please enter your comment!
Please enter your name here