ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟାଳୟରେ ୭୪ ତମ ସ୍ବାଧିନତା ଦିବସ ପାଳନ

0
278

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) ଆଜି ଭାବା ନଗର ସ୍ଥିତ ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଡଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ନେତୃତ୍ବରେ ୭୪ ତମ ସ୍ବାଧିନତା ଦିବସ ନିରାଡମ୍ବର ଭାବେ ସାମାଜିକ ଦୂରତା ରକ୍ଷା କରି ପାଳନ କରାଯାଇଥିଲା ଡଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହାସହ ବିଜେଡିର ବରିଷ୍ଠ ନେତା ରାସ ବିହାରୀ ଦାସଙ୍କ ଅକାଳ ବିୟୋଗରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡା ଯୋଗଦେଇଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଓଡ଼ିଶା ମୋ ପରିବାରର ସଂଯୋଜକ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ମହାରଣା, ମହିଳା ସଭାନେତ୍ରୀ ଶ୍ରୀମତୀ ସଂଘମିତ୍ରା ଦଳେଇ, ଭଗବାନ ଗନ୍ତାୟତ, ଜିଲ୍ଲା ଉପସଭାପତି ସଂଜିତ ପାଣିଗ୍ରାହୀ, ଯୁବ ସଭାପତି ଏନ୍ ଧନୁଞ୍ଜୟ ରାଓ, ନଗର ସଭାପତି ମୁକୁନ୍ଦ ଗୌଡ଼,ଆର୍ ମୁରଲୀ ମୋହନ,ଟି ଗୋପି,ଭିଷ୍ମାଚାର୍ଯ୍ୟ ଚୌଧୁରୀ ରାଜ୍ୟ ସଂଖ୍ୟା ଲଘୁ ସମ୍ପାଦକ ଫାୟାଜ୍ ଖାନ୍, ସୁରେନ୍ଦ୍ର ମହାରଣା, ଦୁର୍ଗା ପ୍ରସାଦ ପଣ୍ଡା, ମମତା ପାତ୍ର,
ଲକ୍ଷ୍ମୀପ୍ରିୟା ପାଢି, ସୋନାଲି ଗନ୍ତାୟତ, ସୁରେଶ ଚନ୍ଦ୍ର ତ୍ରିପାଠୀ, ବିଜୟ ଭାସ୍କର ସିଙ୍ଗ୍ ସାମନ୍ତ, ମନୋଜ, ସ୍ବିଟି ସାହୁ, ସବିତା ବେହେରା ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here