ଜିଲ୍ଲାରେ ପଜିଟିଭ୍ ସଂଖ୍ୟା କମିଛି ;ଜିଲ୍ଲାପାଳ

0
287

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ଜୁଲାଇ ମାସ ଅପକ୍ଷୋ ଅଗଷ୍ଟରେ କୋଭିଡ଼୍ ଟେଷ୍ଟିଂ ହାର ୧୦ ଗୁଣା ବୃଦ୍ଧି ପାଇଛି । ଏଥିସହ ଟେଷ୍ଟିଂ ଅପେକ୍ଷା ପଜିଟିଭ୍ ହାର କମିଥିବା ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଜି ଡ଼ାଇମଣ୍ଡ ଜୁବୁଲି ଟାଉନ୍ ହଲ୍‌ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ଜିଲ୍ଲାରେ ଲକ୍ଷ ଲୋକଙ୍କ ସ୍ୱାବ ସଂଗ୍ରହ କରାଯାଇ ଟେଷ୍ଟିଂ କରାଯାଇଛି । ଯାହାକି ଦେଶର ଟେଷ୍ଟିଂ ହାରଠୁ ସର୍ବାଧିକ । ଆରଟି ପିସିଆ ଓ ଆଣ୍ଟିଜେନ୍ ଟେଷ୍ଟ ଦ୍ୱାରା ଏକ ଲକ୍ଷ ଲୋକଙ୍କଠାରୁ ୧୪ ହଜାର ୧୨୨ ଜଣଙ୍କଠାର ପଜିଟିଭ୍ ଚିହ୍ନଟ ହୋଇଛି । ଗତକାଲି ଆଠ ହଜାର ଲୋକଙ୍କ ଟେଷ୍ଟିଂ ମଧ୍ୟରୁ ତିନି ପ୍ରତିଶତ ଲୋକଙ୍କଠାରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ ଜୁଲାଇ ୨୪ ତାରିଖରେ ୭୩୨ ଜଣ ସର୍ବାଧିକ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ପ୍ରଶାସନ ପକ୍ଷରୁ ନିଆଯାଇଥିବା ତ୍ୱରିତମୂଳକ ପଦକ୍ଷେପ କାରଣରୁ ଆଜି ସୁଫଳ ମିଳିଛି ବୋଲି ଜିଲ୍ଲାପାଳ କହିଥିଲେ । ଏଥିରେ ଜିଲ୍ଲାରେ ରହିଥିବା କୋଭିଡ଼୍ ହୋମ୍‌ରେ ୫୦୨୮ଟି ଶଯ୍ୟା ରହିଛି ଏବଂ ୧୮୦ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ସେହିପରି କୋଭିଡ଼୍ କେୟାର ସେଣ୍ଟରରେ ୩୭୪୪ଟି ଶଯ୍ୟା ସହ ୪୬୧ ଜଣ ଚିକିତ୍ସିତ ହେଉଥିବା ବେଳେ କୋଭିଡ଼୍ ହସ୍ପିଟାଲରେ ଥିବା ୫୮୮ଟି ଶଯ୍ୟାରୁ ୨୬୧ଟି ଜଣ ଚିକିତ୍ସିତ ହେଉଛନ୍ତି । ଜିଲ୍ଲାର ୮୪ ପ୍ରତିଶତ ଗ୍ରାମ ଗ୍ରୀନ୍ ଜୋନ୍ ରହିଥିବା ବେଳେ ୫୫ ପ୍ରତିଶତ ସହରାଞ୍ଚଳ ଗ୍ରୀନ୍ ଜୋନ୍‌ରେ ରହିଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ଯୋଗ ଦେଇ ସହରରରେ ସୁସ୍ଥ ହାର ୮୬ ପ୍ରତିଶତ ରହିଛି । ଆଇଏମ୍‌ଆର୍‌ସି ଓ ମହାନଗର ନିଗମ ପକ୍ଷରୁ ହୋଇଥିବା ସିରୋଲୋଜିକାଲ ସର୍ଭେରେ ଡ଼ାକ୍ତର, ପୁଲିସ୍‌, ଗଣମାଧ୍ୟମ ବ୍ୟକ୍ତିଙ୍କ ଭଳି ୧୨ଟି ବିଭିନ୍ନ ବିଭାଗର ଲୋକଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି । ଏଥିନିମନ୍ତେ ସହରର ୨୫ଟି ସ୍ଥାନରେ ସ୍ୱାସ୍ଥ୍ୟ ଟିମ୍ ନିୟୋଜିତ କରାଯାଇଥିଲା । କେବଳ ୩୧ ପ୍ରତିଶତ ଲୋକଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ରହିଥିବା ସର୍ଭେରୁ ଜଣାପଡ଼ିଛି । ସହରରେ ପଜିଟିଭ୍ ସଂଖ୍ୟା ଶୂନ୍ ହେବା ଯାଏଁ ପ୍ରବେଶ ପଥ ଉପରେ କଟକଣା ରହିବ ବୋଲି କମିଶନର କହିଥିଲେ । ସ୍ୱାଧୀନତା ଦିବସ ପାଳନ ନେଇ ଅନୁମତି ଦିଆଯାଇଛି । କିନ୍ତୁ କୌଣସି ଦୋକାନ ବଜାର ଖୋଲାଯିବ ନାହିଁ । ତତ୍‌ସହିତ ପୂର୍ବଭଳି ସପ୍ତାହନ୍ତ ସଟ୍‌ଡ଼ାଉନ୍ ବଳବତ୍ତର ରହିବ ବୋଲି କମିଶନର ଶ୍ରୀ ରାଠୋର ସୂଚନା ଦେଇଛନ୍ତି । ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦାତା ତ୍ରୟ ଭାଉ ସାହେବ ଯୋଗ ଦେଇ ଗତ ଜୁଲାଇ ମାସରେ ବ୍ରହ୍ମପୁର ଉପଖଣ୍ଡର ଯେଉଁ ଗ୍ରାମ ଓ ପଞ୍ଚାୟତ ରେଡ଼୍ ଜୋନ୍‌ରେ ରହିିଥିଲା ତାହା ଆଜି ଗ୍ରୀନ୍ ଜୋନ୍‌ରେ ପରିଣତ ହୋଇଛି । ଚୌଧୁରୀ ଟିକରପଡ଼ା, ଏରେଣ୍ଡା, ଓ କଙ୍କରଡ଼ା ପଞ୍ଚାୟତକୁ ଗ୍ରୀନ୍ ଜୋନ୍ ଘୋଷଣା କରାଯାଇଛି । ଯେଉଁ ଗାଁ ଓ ପଞ୍ଚାୟତ ହଟ୍‌ସ୍ପଟ୍‌ରେ ରହିଛି ସେଠାରେ ସ୍ୱତନ୍ତ୍ର ଅଧିକାରୀଙ୍କୁ ନିୟୋଜିତ କରାଯାଇ ଡୋର୍ ଟୁ ଡୋର୍ ସର୍ଭେ ଓ ପରୀକ୍ଷଣ କରାଯାଉଥିବା ଉପଜିଲ୍ଲାପାଳ କହିଥିଲେ । କିନ୍ତୁ ଜିଲ୍ଲାର ଉପକୂଳ ଓ ସୀମାନ୍ତ ଅଞ୍ଚଳ ରଙ୍ଗେଇଲୁଣ୍ଡା ଓ ଚିକିଟି ବ୍ଲକର ବିଭିନ୍ନ ଗ୍ରାମରେ ସଂକ୍ରମଣ ହାର ଅଧିକ ରହିଛି । ସେଠାରେ ମଧ୍ୟ ସଂକ୍ରମଣ ହାରକୁ କମାଇବା ପାଇଁ ପ୍ରଚେଷ୍ଟା ଜାରି ରହିଥିବା ଉପଜିଲ୍ଲାପାଳ କହିଥିଲେ ।

LEAVE A REPLY

Please enter your comment!
Please enter your name here