ରାଜ୍ୟ ସ୍ତରୀୟ +୨ ବିଜ୍ଞାନ ପରୀକ୍ଷାରେ ସରସ୍ବତୀ ବିଦ୍ୟା ମନ୍ଦିର ନୀଳକଣ୍ଠ ନଗରର ରେକର୍ଡ ସଫଳତା

0
300

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷାରେ ସରସ୍ବତୀ ବିଦ୍ୟା ମନ୍ଦିର ନୀଳକଣ୍ଠ ନଗର ଛାତ୍ର ଛାତ୍ରୀ ମାନେ ରାଜ୍ୟସ୍ତରୀୟ ସଫଳତା ହାସଲ କରି ମହାବିଦ୍ୟାଳୟର ପୂର୍ବ ୧୧ ବର୍ଷର ରେକର୍ଡକୁ ବଜାୟ ରଖିଛନ୍ତି l ଚଳିତ ବର୍ଷ ୧୫ ଜଣ ଛାତ୍ରଛାତ୍ରୀ ୯0 ପ୍ରତିଶତରୁ ଅଧିକ ନମ୍ବର ରଖି କୃତକାଯ୍ୟ ହେବା ସହ ରାଜ୍ୟରେ ଏକ ରେକର୍ଡ ସୃଷ୍ଟି କରିଛନ୍ତି l
୧୪୪ ଜଣ ଛାତ୍ରଛାତ୍ରୀ ୫୦୦ରୁ ଉର୍ଦ୍ଧ ନମ୍ବର ରଖିଛନ୍ତି l ପ୍ରକାଶିତ ହୋଇଥିବା ଯୁକ୍ତଦୁଇ ବିଜ୍ଞାନ ବୋର୍ଡ଼ ପରୀକ୍ଷା ଫଳରେ ମହାବିଦ୍ୟlଳୟର ମୋଟ ୫୦୪ ଜଣ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ୪୫୦ ଜଣ ଛାତ୍ର ଛାତ୍ରୀ ପ୍ରଥମ ଶ୍ରେଣୀ, ୪୬ ଜଣ ଦ୍ୱିତୀୟ ଶ୍ରେଣୀ ଓ ୬ ଜଣ ତୃତୀୟ ଶ୍ରେଣୀରେ ଉତ୍ତିର୍ଣ୍ଣ ହୋଇଛନ୍ତି l
ବିଦ୍ୟାଳୟରେ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ର ସାର୍ଥକ ରଞ୍ଜନ ରାଉତ ରାଜ୍ୟରେ ଦ୍ୱିତୀୟ ସ୍ଥାନ ରଖିଥିବା ବେଳେ ଈପସିତା ମହାପାତ୍ର ରାଜ୍ୟରେ ପଞ୍ଚମ ସ୍ଥାନ ରଖି ଉଲ୍ଲେଖନିୟ ସଫଳତା ହାସଲ କରିଛନ୍ତି l ମହାବିଦ୍ୟାଳୟର ଛାତ୍ର ସାର୍ଥକ ରଞ୍ଜନ ରାଉତ ୫୬୬ ନମ୍ବର (୯୪.୩୩%)ରଖି ପ୍ରଥମ ସ୍ଥାନରେ ଥିବା ବେଳେ, ଇପସିତା ମହାପାତ୍ର ୫୬୩ ନମ୍ବର (୯୩.୮୩%) ସହ ଦ୍ୱିତୀୟ ସ୍ଥାନରେ ରହି ଥିବା ବେଳେ ସ୍କୁଲ ପାଇଁ ଏହା ଗୋଟେ ଗୌରବ ବୋଲି ମହାବିଦ୍ୟlଳୟ ଅଦକ୍ଷ ଏସ. ମୋହନ ରାଓ ପ୍ରକାଶ କରିଛନ୍ତି l ସାର୍ଥକ ଓ ଇପସିତା ରାଜ୍ୟର ଦ୍ୱିତୀୟ ଓ ପଞ୍ଚମ ସ୍ଥାନ ହାସଲ କରିଥିବା ବେଳେ ସଜେସ କୁମାର ଜେନା ଓ ସାହିଲ କୁମାର ଗୌଡ଼ ରାଜ୍ୟରେ ତ୍ରୟୋଦଶ ସ୍ଥାନ ଅଧିକାର କରିଛନ୍ତି l ଛାତ୍ରଛାତ୍ରୀ ମାନଙ୍କ ଏହି ସଫଳତା ପାଇଁ ବିଦ୍ୟାଳୟ ପରିଚାଳନ ସମିତି ସଭାପତି ଡ଼ଃ ଶ୍ରୀକାନ୍ତ ମହାପାତ୍ର,ଉପସଭାପତି ଡ଼ଃ ହରେକୃଷ୍ଣ ନାୟକ, ସମ୍ପାଦକ ନାରାୟଣ ପଣ୍ଡା, ମହାବିଦ୍ୟାଳୟ ଅଦକ୍ଷ ଏସ. ମୋହନ ରାଓ, ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଉମାଧବ ମହାନ୍ତି, ସମେତ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟl ତଥା ସମସ୍ତ ଅବିଭାବକ ତରଫରୁ ହାର୍ଦ୍ଧିକ ଶୁବେଛl ଜ୍ଞାପନ କରାଯାଇଥିଲା l

LEAVE A REPLY

Please enter your comment!
Please enter your name here