ବିଶିଷ୍ଟ ଓକିଲ ତଥା ବରିଷ୍ଠ କଂଗ୍ରେସ ନେତା ନୃସିଂହ କୁମାର ରଥଙ୍କ ଦେହାନ୍ତ

0
533

ଭଞ୍ଜନଗର(ନିଲୁ ବିଶୋଇ)ଆଜି ପ୍ରାତଃ ଘ ୪.୧୫ ମିନିଟ୍ ସମୟରେ ଭଞ୍ଜନଗର ର ବିଶିଷ୍ଟ ଓକିଲ, ସଙ୍ଘଠକ ସମାଜସେବୀ, କଂଗ୍ରେସ ଦଳ ର ଟାଣୁଆ ନେତା ତଥା ପୂର୍ବତନ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ, ଭଂଜନଗର ପଞ୍ଚାୟତ ସମିତି କଂଗ୍ରେସ କମିଟି ସଭାପତି, ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ର ସାଧାରଣ ସମ୍ପାଦକ, ପ୍ରଦେଶ କଂଗ୍ରେସ କମିଟି ସଭ୍ୟ ଏବଂ ଓଡ଼ିଶାର ପୂର୍ବତନ ବାଚସ୍ପତି ସୋମନାଥ ରଥଙ୍କ କନିଷ୍ଠ ପୁତ୍ର ନୃସିଂହ କୁମାର ରଥଙ୍କ ଭଂଜନଗର ସ୍ଥିତ ନିଜ ବାସଭବନରେ ୬୧ ବର୍ଷ ବୟସରେ ପରଲୋକ ହୋଇଯାଇଛି । ତାଙ୍କରି ବିୟୋଗରେ ଘୁମୁସର ମାଟି ଜଣେ ନିଷ୍ଠାପର, କର୍ତ୍ତବ୍ୟ ପରାୟଣ ନେତାଙ୍କୁ ହରାଇବା ସହ ଭଞ୍ଜନଗର କଂଗ୍ରେସ ରେ ଏକ ବିରାଟ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି। ଏପରି ସମୟରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ର ଯୁବ କଂଗ୍ରେସ ନେତା ପ୍ରଶାନ୍ତ କୁମାର ବିଷୋୟୀ ଓ ପ୍ରଦେଶ କଂଗ୍ରେସ କୋର କମିଟି ସଭ୍ୟ ଦେବୀ ବିଷୋୟୀ ତାଙ୍କୁ ଶେଷ ଦର୍ଶନ କରିବା ସହିତ ତାଙ୍କ ପରିବାର ବର୍ଗ ଙ୍କୁ ଧଯ୍ୟ ଓ ସମବେଦନା ଜଣାଇଛନ୍ତି। ତାଙ୍କରି ମୃତ୍ୟୁରେ ଭଞ୍ଜନଗର ଓକିଲ ସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯିବା ସହ ତାଙ୍କ ଆତ୍ମାର ସଦଗତି କାମନା କରାଯାଇଛି ।

LEAVE A REPLY

Please enter your comment!
Please enter your name here