ବୃକ୍ଷ ରୋପଣ ଓ ମାଗଣା ଚାରା ବଣ୍ଟନ

0
418

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ)ଋଷିକୂଲ୍ୟା ରୟତ ମହାସଭା ଖଲ୍ଲିକୋଟ ଶାଖା ପକ୍ଷରୁ ଆଜି ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ସାବୁଳିଆ ଗ୍ରାମ ସ୍ଥିତ ଦକ୍ଷିଣେଶ୍ବର ମହାଦେବ ମନ୍ଦିର ପରିସରରେ ଏକ ବୃକ୍ଷ ରୋପଣ ଓ ମାଗଣା ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଯୁବ ନେତା ରତ୍ନାକର ସାହୁ, ସମିତି ସଭ୍ୟ ଦୈତାରୀ ବେହେରା, ସାବୁଳିଆ ସରପଞ୍ଚ ସିଦ୍ଧାର୍ଥ ପଲେଇ ଯୋଗଦେଇ ଥିଲେ। ଋଷିକୂଲ୍ୟା ରୟତ ମହାସଭା ଅନୁଷ୍ଠାନର କର୍ମକର୍ତ୍ତା, ବିଜୁ ଯୁବବାହିନୀର କର୍ମକର୍ତ୍ତା, ବନ ବିଭାଗ କର୍ମଚାରୀ ଓ ଗ୍ରାମର ଯୁବକ ମାନେ ଏଥିରେ ସହଯୋଗ କରିଥିଲେ। ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଗ୍ରାମର ଯୁଵକ ମାନେ ବୃକ୍ଷ ରୋପଣ କରିବା ସହ ଚାରା ବଣ୍ଟନ କରିଥିଲେ। ମନ୍ଦିର ପରିସରରେ ବିଭିନ୍ନ ଫୁଲ ଓ ଫଳ ଜାତୀୟ ବୃକ୍ଷ ରୋପଣ କରାଯାଇଥିଲା। ଅତିଥି ମାନେ ବୃକ୍ଷର ଉପକାରୀତା ବିଷୟରେ କହିବା ସହ ତାର ଉପଯୁକ୍ତ ଜତ୍ନ ନେବା ପାଇଁ କହିଥିଲେ।

LEAVE A REPLY

Please enter your comment!
Please enter your name here