ମହୁରୀ ତାଲୁକାର ମୁଷ୍ଟିମେୟ କୁଚକ୍ରି ଗୋଷ୍ଠୀ ସମ୍ବିଧାନକୁ କୁଠାରଘାତ କରି ସଭାପତି, ସମ୍ପାଦକ ଦାବି

0
230

ବ୍ରହ୍ମପୁର : ମହୁରୀ ତାଲୁକାର ବିଶ୍ଵକର୍ମା ସମିତିର ବହୁ ସଦସ୍ୟଙ୍କ ଅଗୋଚରରେ କିଛି କୁଚକ୍ରଗୋଷ୍ଠୀ କୁଳର ସମ୍ବିଧାନକୁ କୁଠାରଘାତ କରି ନିଜକୁ ନିଜେ ସଭାପତି ଓ ସମ୍ପାଦକ ଭାବେ ଦାବି କରିଛନ୍ତି ବୋଲି କାର୍ଯ୍ୟକାରୀ ସଭାପତି ଭାଗିରଥି ମହାରଣା ଏକ ବିବୃତ୍ତିରେ କହିଛନ୍ତି ଯେ, ଗତ କିଛି ଦିନ ତଳେ ମହୁରୀ ତାଲୁକା ବିଶ୍ଵକର୍ମା ସମିତି ସଭାପତି ଓ ସମ୍ପାଦକ ଭାବେ ନିଜକୁ ନିଜେ ବିବେଚିତ କରି ସମିତି ସମ୍ପର୍କରେ ଖବର ପ୍ରଚାରିତ ହୋଇଛି। ଉକ୍ତ ଘଟଣା ଆଇନର ବିରୁଦ୍ଧାଚରଣ କରୁଛି । କୁଳର ବିଶିଷ୍ଟ ବ୍ୟକ୍ତିଙ୍କ ଅଗୋଚରରେ କିଛି କୁଚକ୍ରି ଗୋଷ୍ଠୀ କୁଳର ସମ୍ବିଧାନର କୁଠାରଘାତ କରି ନିଜେ ନିଜେ କମିଟି ଗଠନ କରି ସଭାପତି ଓ ସମ୍ପାଦକ ଦାବି କରିବା ସମ୍ପୂର୍ଣ୍ଣ ବେଆଇନ। ଯେଉଁ କୁଚକ୍ରି ଗୋଷ୍ଠୀ ଏଭଳି ହୀନ ଉଦ୍ୟମ କରି କମିଟି ଗଠନ କରିଥିବା କହୁଛନ୍ତି, ସେମାନଙ୍କ ବିରୁଦ୍ଧରେ ତାଲୁକାର କୁଳଭାଇ ମାନେ ଏକତ୍ରିତ ହୋଇ ସ୍ୱର ଉତ୍ତୋଳନ କରିବାକୁ ଶ୍ରୀ ମହାରଣା ଅନୁରୋଧ କରିଛନ୍ତି। ଖୁବ ଶୀଘ୍ର ଏଭଳି କୁଚକ୍ରି ମାନଙ୍କର ବିରୁଦ୍ଧରେ ସମାଜ ଏକତ୍ରିତ ହୋଇ ଏମାନଙ୍କର ଦୃଢ ବିରୁଦ୍ଧ କରିବା ପାଇଁ ପ୍ରସ୍ତୁତ ରହିବା ସହ ସମସ୍ତ ମହୁରୀ ତାଲୁକା କୌଳିକ କମିଟି ଏବଂ କାର୍ଯ୍ୟକାରୀ କମିଟି ଏକାଠି ହୋଇ ସ୍ୱର ଉତ୍ତୋଳନ ପାଇଁ ପ୍ରସ୍ତୁତ ରହିବାକୁ ନିବେଦନ କରିଛନ୍ତି। ଏପରିକି ଆଗାମୀ ଦିନ ମାନଙ୍କରେ ଆବଶ୍ୟକସ୍ଥଳେ ନ୍ୟାୟାଳୟର ଦ୍ୱାରସ୍ତ ହେବେ ବୋଲି ସେ ପ୍ରକାଶ କରିବା ସହ ତୁରନ୍ତ ମନୋମୁଖୀ ଭାବେ କରିଥିବା କମିଟିକୁ ଭାଙ୍ଗି ସମସ୍ତ କୁଳ ଭାଇ ମାନଙ୍କର ଉପସ୍ଥିତିରେ ନୂତନ କମିଟି ଗଠନ କରିବାକୁ କାର୍ଯ୍ୟକାରୀ ସଭାପତି ମହାରଣା ଓ ବରିଷ୍ଠ କୁଳ ଭାଇମାନେ ପରାମର୍ଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here