ପୋଲସରାରେ ରାଜସ୍ୱ କ୍ଷେତ୍ର ଅଧିକାରୀ ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ

0
116

ପୋଲସରା : Church ଜିଲ୍ଲାର ପୋଲସରା ତହସିଲ କାର୍ଯ୍ଯାଳୟ ଅଧୀନସ୍ଥ ସମସ୍ତ ୧୭ ଜଣ ରାଜସ୍ୱ କ୍ଷେତ୍ର ଅଧିକାରୀ ବୃନ୍ଦ ୬ ଦଫା ଦାବି ନେଇ ଅନିର୍ଦିଷ୍ଟ କାଳ ପର୍ଯ୍ଯନ୍ତ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଓଡ଼ିଶା ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘର ରାଜ୍ୟ ସଙ୍ଗଠନର ନିଷ୍ପତ୍ତି କ୍ରମେ ସମଗ୍ର ରାଜ୍ୟରେ ଫେବୃୟାରୀ ୧୯ ତାରିଖରୁ ଦାବି ହାସଲ ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ ସମୟ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରାଯାଇଛି। ସେମାନଙ୍କ ୬ ଦଫା ଦାବି ଗୁଡିକ ହେଲା ୧- ୧୯୮୩ ଓଡ଼ିଆରଏସ ନିୟମର ଆବଶ୍ୟକ ସଂଶୋଧନ, ୨- ବୋର୍ଡ ଅଫ ରେଭିନ୍ୟୁ, କଟକ ଦ୍ୱାରା ଜବ ଚାର୍ଟ କାର୍ଯ୍ୟକାରୀ କରିବା, ୩- ଓଆରଏସ ରେ ପଦୋନ୍ନତି ପାଇଁ ଅନ୍ୟୁତମ ସିସିଆର ମାନଦଣ୍ଡ ବିଲୋପ କରିବା, ୪- ତାରିଖ ୦୧/୦୧/୨୦୦୬ ଠାରୁ ଆରଏସ, ଆରଆଇ, ଓ ଏଆରଆଇ ମାନଙ୍କ ବର୍ଦ୍ଧିତ ସ୍କେଲରେ ଦରମା ଧାର୍ଯ୍ୟ, ୫- ଆଉଟସୋରସିଂ ମାଧ୍ୟମରେ ରାଜସ୍ୱ ନିରୀକ୍ଷକ ମଣ୍ଡଳୀ ପାଇଁ ଗୃପ ଡି ପୋଷ୍ଟ ପୂରଣ କରିବା, ୬- କୃଷକ ତଥ୍ୟ ଯାଞ୍ଚ, ସିସିଇ ପ୍ରଭୃତି କୃଷି ବିଭାଗକୁ ସ୍ଥାନାନ୍ତର କରିବା। ସଂଘ ପକ୍ଷରୁ ଦାବି କରାଯାଇଛି କି ୬ ଦଫା ଦାବୀ ପୂରଣ ନହେବା ପର୍ଯ୍ଯନ୍ତ ରାଜ୍ଯର ସମସ୍ତ ଜିଲ୍ଲାର ୩୧୭ ଗୋଟି ତହସିଲର ରାଜସ୍ୱ ସୁପ୍ରଭାଇଜର, ରାଜସ୍ୱ ନିରୀକ୍ଷକ ଓ ସହକାରୀ ରାଜସ୍ୱ ନିରୀକ୍ଷକ ସମୁହ କାର୍ଯ୍ଯବନ୍ଦ କରିବେ। ପୋଲସରା ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦିଆଯାଇଥିବା ଦେଖିବାକୁ ମିଳିଛି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here