ହିଞ୍ଜିଳିରେ ବିରଳ ବ୍ରହ୍ମକମଳ

0
616

ହିଞ୍ଜିଳିକାଟୁ(ହିମାଂଶୁ ବେହେରା) ସ୍ଥାନୀୟ ମାଣିକ ନଗର ଗିରିଧାରୀ ଖଡଙ୍ଗାଙ୍କ ବଗିଚାରେ ବିରଳ ବ୍ରହ୍ମକମଳ ଫୁଲ ଫୁଟିଛି। କଥାରେ ଅଛି ଏହି ବିରଳ ବ୍ରହ୍ମ କମଳ ଫୁଲ ସୃଷ୍ଟିକର୍ତ୍ତା ଭଗବାନ ବ୍ରହ୍ମାଙ୍କ ପ୍ରତୀକ। ବ୍ରହ୍ମ କମଳ ଫୁଲର ଦର୍ଶନ ମାତ୍ରକେ ମଣିଷର ସମସ୍ତ ମନୋକମନା ପୂର୍ଣ୍ଣ ହୋଇଥାଏ ବୋଲି ଲୋକଙ୍କ ଧାରଣା। ତେଣୁ ଏହି ଫୁଲର ସ୍ୱତନ୍ତ୍ର ମହିମା ଓ ବିଶେଷତ୍ୱ ରହିଛି। ତେବେ ଏହି ଫୁଲ ଗଛର ପତ୍ରରେ ହିଁ ଫୁଟିବା ସହ ରାତିରେ ଫୁଟି ସକାଳକୁ ଝାଉଁଳି ଯାଏ। ତେବେ ଗିରିଧାରୀ ଏହାକୁ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥଙ୍କ ନିକଟରେ ଅର୍ପଣ କରିଥିବା କହିଛନ୍ତି।

LEAVE A REPLY

Please enter your comment!
Please enter your name here