ହିଞ୍ଜିଳିକାଟୁ ଆଇଟିଆଇକୁ ଜାତୀୟ ସ୍ତରରେ ସ୍ୱୀକୃତି

0
377

ହିଞ୍ଜିଳିକାଟୁ(ହିମାଂଶୁ ବେହେରା) ହିଞ୍ଜିଳିକାଟୁ ସରକାରୀ ଆଇଟିଆଇକୁ ଜାତୀୟ ସ୍ତରରେ ସ୍ୱୀକୃତି ମିଳିଛି l ଦେଶର ଶ୍ରେଷ୍ଠ ୧୦୦ ଆଇଟିଆଇ ମଧ୍ୟରୁ ହିଞ୍ଜିଳିକାଟୁ ଆଇଟିଆଇକୁ ଜାତୀୟ ସ୍ତରରେ ୧୫ତମ ଓ ଓଡିଶାରେ ଦ୍ୱତୀୟ ସ୍ଥାନରେ ରହିଛି l ଏହି ତାଲିକାରେ ଓଡିଶା ର ୧୧ଟି ଆଇଟିଆଇ ସ୍ଥାନ ପାଇଛି l କେନ୍ଦ୍ର ସରକାରଙ୍କ ଏମଏସଡ଼ିଇ ବିଭାଗ ପକ୍ଷରୁ ଗୁରୁବାର ଏହି ତାଲିକା ପ୍ରକାଶ ପାଇଛି l ଏଥିନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରାଯାଇଛି l ହିଞ୍ଜିଳିକାଟୁ ଆଇଟିଆଇକୁ ସର୍ବଭାରତୀୟ ସ୍ତରରେ ସ୍ଥାନିତ ପାଇଥିବାରୁ l ସରକାରୀ ଆଇଟିଆଇର ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀ ଉତ୍ସାହିତ ହୋଇଛନ୍ତିl ଆଗମୀ ଦିନରେ ଆହୁରି ସଫଳତା ଅର୍ଜନ କରିବ ବୋଲି ଆଶା ରଖିଛନ୍ତି l କର୍ମଚାରୀ, ଅଞ୍ଚଳବାସୀ ଏବଂ ଛାତ୍ର ଛାତ୍ରୀ ମାନଙ୍କ କଠିନ ପରିଶ୍ରମ ଯୋଗୁଁ ସଂସ୍ଥାନ ଆଜି ଏହି ଉତ୍କର୍ଷ ଲାଭ କରିଛି ବୋଲି ଅଧ୍ୟକ୍ଷ ଅମୂଲ୍ୟ କୁମାର ପଣ୍ଡା କହିଛନ୍ତି।

LEAVE A REPLY

Please enter your comment!
Please enter your name here