ଉପ-ଜିଲ୍ଲାପାଳଙ୍କ ହିଞ୍ଜିଳି ଗସ୍ତ

0
371

ହିଞ୍ଜିଳିକାଟୁ(ହିମାଂଶୁ ବେହେରା) ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ହିଞ୍ଜିଳିକାଟୁ ପୌରଞ୍ଚଳ ଓ ବ୍ଲକର ବିଭିନ୍ନ ଗ୍ରାମକୁ ଗସ୍ତ କରି କୋଭିଡ଼ ପରିଚାଳନାର ସମୀକ୍ଷା ସହିତ ଗୃହ ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କ ସ୍ୱସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ l ସ୍ଥାନୀୟ ଅଞ୍ଚଳରେ ଆଣ୍ଟିଜେନ ଟେଷ୍ଟିଂକୁ ଅଧିକ କ୍ରିୟାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ l ଉପଜିଲ୍ଲାପାଳ ଶ୍ରୀ ପୃଷ୍ଟି ବାରମ୍ବାର ହିଞ୍ଜିଳି ଗସ୍ତ କରି କୋଭିଡର ସଫଳ ପରିଚାଳନା ଯୋଗୁଁ ହିଞ୍ଜିଳିରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି l ଉପ ଜିଲ୍ଲାପାଳଙ୍କ ହିଞ୍ଜିଳି ଗସ୍ତ ସମୟରେ ହିଞ୍ଜିଳି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, କାର୍ଯ୍ୟକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ଜଗଦୀଶ ଷଡଙ୍ଗୀ ପ୍ରମୂଖଙ୍କ ସମେତ ହିଞ୍ଜିଳି ଅଞ୍ଚଳର ଅନ୍ୟ ପ୍ରଶାସନିକ ଅଧିକାରୀ ଏବଂ ସ୍ୱାସ୍ଥ୍ୟକର୍ମୀ ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here