ଭଞ୍ଜନଗର ପୋଲିସ ପକ୍ଷରୁ କୋରନା ଯୋଦ୍ଧା ଙ୍କୁ ସମ୍ମାନ

0
464

ଭଞ୍ଜନଗର(ନିଲୁ ବିଶୋଇ) କୋରନା ମହାମାରୀ ଯୋଗୁଁ ସେବା ଯୋଗାଇ ଜୀବନ ଯୁଦ୍ଧରେ ହାରି ଯାଇଥିବା ଯୋଦ୍ଧା ଙ୍କ ପାଇଁ ୧ ମିନିଟ ନିରବ ପ୍ରାଥନା କରିବା ସହ କୋରନା ଯୋଦ୍ଧା ଙ୍କୁ ସମ୍ମାନ ଦେବା ଓ ଶପଥ ପାଠ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇ ଥିବା ଆହ୍ଵାନ ରେ ସାରା ରାଜ୍ୟରେ ଆଜି ସନ୍ଧ୍ୟା ୬ଟା ବେଳେ ଏହି କାଯ୍ୟକର୍ମ ଅନୁଷ୍ଠିତ ହୋଇଯାଇଛି। ସେହିପରି ଭଞ୍ଜନଗର ପୋଲିସ ପକ୍ଷରୁ ମଧ୍ୟ ଥାନା ପରିସରରେ ସାମାଜିକ ଦୂରତ୍ୱ ରକ୍ଷା କରି କୋରନା ଯୁଦ୍ଧରେ ସହିଦ ହୋଇଥିବା ଗଂଜାମ ଜିଲ୍ଲାର ୬ ଜଣ ପୋଲିସ କର୍ମଚାରୀ ଙ୍କ ଫୋଟୋ ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର , ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ , ଏସଆଇ ଲିତାରାଣୀ ପରିଡା , ଏସଆଇ ରାଜେଶ ପରିଡା ଓ ସମସ୍ତ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ରହି ସହିଦ ଯୋଦ୍ଧା ଙ୍କ ତ୍ୟାଗ ଓ ବଳିଦାନ କୁ ମନେ ପକାଇବା ସହିତ ୨ ମିନିଟ ନିରବ ପ୍ରାଥନା କରିବା ସହ ସୃତି ଚାରଣ କରିଥିଲେ।

LEAVE A REPLY

Please enter your comment!
Please enter your name here