କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ନୀରବ ପ୍ରାର୍ଥନା ଓ ଶପଥ ପାଠ ଅନୁଷ୍ଠିତ

0
381

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ)କରୋନା ମହାମାରୀ ଯୋଗୁଁ ସେବା ଯୋଗାଇ ଜୀବନ ହାରିଥିବା ୨୫ ଜଣ କରୋନା ଯୋଦ୍ଧା ମାନଙ୍କ ପାଇଁ ଗୋଟାଏ ମିନିଟ ନୀରବ ପ୍ରାର୍ଥନା କରିବା ସହ,କରୋନା ଯୋଦ୍ଧା ମାନଙ୍କୁ ସମ୍ମାନ ଦେବା ଓ ଶପଥ ପାଠ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ଆଜି ସନ୍ଧ୍ୟା ୬ଟା ବେଳେ ଏହି କାର୍ଯ୍ୟକ୍ରମ ପାଳନ କରାଯାଇଛି। ଆଗଧାଡିର କରୋନା ଯୋଦ୍ଧା ଭାବରେ ଡାକ୍ତର, ନର୍ସ, ସ୍ବାସ୍ଥ୍ୟ କର୍ମୀ, ପୋଲିସ, ସୁରକ୍ଷା କର୍ମୀ, ସାମ୍ବାଦିକ ତଥା ଗଣମାଧ୍ୟମ ପ୍ରତିନିଧି, ଆଶା, ଅଙ୍ଗନଓ୍ବାଡୀ ଓ ସଫେଇ କର୍ମଚାରୀ ମାନଙ୍କୁ ସମ୍ମାନ ଦିଆଯାଇଥିଲା । ଆମେ ସଚେତନ ରହିବା,ଅନ୍ୟ ମାନଙ୍କୁ ସଚେତନ କରିବା, ଆମେ କୋଭିଡ ନିୟମ ମାନିବା ଓ ଅନ୍ୟ ମାନଙ୍କୁ ମାନିଵାକୁ ପରାମର୍ଶ ଦେବା ଏହି ପରି ଶପଥ ନେଇଥିଲେ। ସାରା ରାଜ୍ୟରେ ଏହି କାର୍ଯ୍ୟ କ୍ରମ ପାଳନ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ପରିସରରେ ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନଙ୍କ ସହ ସମସ୍ତ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ସାମାଜିକ ଦୂରତ୍ୱ ରଖି ପାଳନ କରିବା ସହ କରୋନା ଯୁଦ୍ଧରେ ଶହିଦ ହୋଇଥିବା ଗଞ୍ଜାମ ଜିଲ୍ଲାର ୬ ଜଣ ପୋଲିସ କର୍ମଚାରୀ ASI ଶିବରାମ ଦାସ, ରବିନ୍ଦ୍ରନାଥ ବେହେରା, K Ch. Mandal, କନେଷ୍ଟବଲ୍ ଗୋଲଖ ଚନ୍ଦ୍ର ନାୟକ, ହୋମଗାର୍ଡ ସତ୍ୟନାରାୟଣ ସେଠୀ ଓ ଶ୍ରୀରଙ୍ଗମ୍ ନରସିଂହ ଦାସଙ୍କ ଫଟୋରେ ପୁଷ୍ପମାଲ୍ୟ ଦେଇ ଦୁଇମିନଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ପରେ କରୋନାରେ ଆକ୍ରାନ୍ତ ରେ ସୁସ୍ଥ ହୋଇ ଫେରିଥିବା ଖଲ୍ଲିକୋଟ ଥାନାର କନେଷ୍ଟବଲ୍ ରୁଦ୍ରନାରାୟଣ ଭଟ୍ଟମିଶ୍ରଙ୍କୁ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ସମ୍ମାନୀତ କରିଥିଲେ ।

LEAVE A REPLY

Please enter your comment!
Please enter your name here