ହଜିଗଲା ମାନବିକତା ; କୋରନା ଭୟରେ ୯ ଘଣ୍ଟା ଧରି ଅଟୋ ରେ ପଡି ରହିଲା ଶବ

0
315

ଭଞ୍ଜନଗର/ ଜଗନ୍ନାଥ ପ୍ରସାଦ(ନିଲୁ ବିଶୋଇ)ଗଞ୍ଜାମ ଜିଲ୍ଲା ର ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ପଞ୍ଚଭୂତି ଗୌଡ଼ ସାହିରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତଦେହକୁ କରୋନା ଭୟରେ କେହି ଭି ଛୁଇଁ ନଥିଲେ।ପଞ୍ଚଭୂତି ଗୌଡ଼ ସାହିର ଅବସର ପ୍ରାପ୍ତ ଶିକ୍ଷକ ଗଣେଶ ଶତପଥିଙ୍କୁ ଜ୍ୱର ହେବାରୁ ସକାଳ ୮ଟାରେ ତାଙ୍କ ସ୍ତ୍ରୀ ପୁଷ୍ପଲତା ଶତପଥି ଜଗନ୍ନାଥ ପ୍ରସାଦ ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା l ଚାରି ଦିନ ପୂର୍ବେ ବଡ଼ ଭାଇ ବିନାୟକ ଶତପଥି ଙ୍କ ହୃଦ୍‌ରୋଗରେ ମୃତ୍ୟୁ ଘଟିଥିଲା l କରୋନା ଜନିତ ୨ ଭାଇଙ୍କ ମୃତ୍ୟୁ ଘଟିଥିବା ସାହିବାସୀ ଅନୁମାନ କରି ମେଡିକାଲ ରୁ ଫେରିଥିବା ଗଣେଶଙ୍କ ମୃତଦେହକୁ କେହି ଛୁଇଁବାକୁ ରାଜି ହୋଇ ନଥିଲେ କିମ୍ବା ଗାଁ ଶ୍ମସାନରେ ଶବଦାହ ହୋଇପାରିବ ନାହିଁ ବୋଲି କିଛି ଲୋକ ଜିଦ ଧରିବା କାରଣରୁ ଦୀର୍ଘ ୯ ଘଣ୍ଟା ପର୍ଯ୍ୟନ୍ତ ମୃତଦେହ ଗାଁ ଦାଣ୍ଡରେ ଅଟୋ ରେ ପଡିରହିଥିବା ଦେଖିବାକୁ ମିଳିଥିଲା। ଶେଷରେ ଜଗନ୍ନାଥ ପ୍ରସାଦ ବ୍ଲକ ପ୍ରଶାସନ ଓ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ପ୍ରମିଳା ଦୋରା ଙ୍କ ସ୍ୱାମୀ ଗୋକୁଳ ଦୋରା ସାହିରେ ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା କରିଥିଲେ। ଗୋକୁଳ ଦୋରା ଙ୍କ ଅନୁରୋଧ ରେ କିଛି ସ୍ୱେଚ୍ଛାସେବୀ , ମୃତ ଗଣେଶ ପୁଅ ପ୍ରଭାତ ରଞ୍ଜନ ଶତପଥି ଓ ଜୋଇଁ ପିପିକିଟ ପିନ୍ଧି ଶେଷକୃତ୍ୟ ସଂପର୍ଣ୍ଣ କରିଥିଲେ । ପରିବାର ତରଫରୁ ଅଭିଯୋଗ ହେଉଛି ଯେ ମୃତ ଗଣେଶ ଶତପଥି ଙ୍କୁ ହୃଦଘାତ ରେ ମୃତ୍ୟ ହୋଇଛି।କୋରନା ରେ ବୋଲି ମିଥ୍ୟା ଗୁଜବ କରା ଯାଉଛି।
ମହାମାରି କରୋନା ପାଇଁ ପ୍ରତିଦିନ ଏଭଳି କିଛି କିଛି ଘଟଣା ନଜରକୁ ଆସୁଛି ଯାହା ସମାଜରୁ ମାନବିକତା ଦୂର ହୋଇଯାଉଥିବା ଭଳି ମନେ ହେଉଛି ।

LEAVE A REPLY

Please enter your comment!
Please enter your name here