ହିଞ୍ଜିଳିରେ ଓଡ଼ିଆ ସାମ୍ବାଦିକ ଦିବସ ପାଳିତ

0
298

ହିଞ୍ଜିଳିକାଟୁ(ହିମାଂଶୁ ବେହେରା)ହିଞ୍ଜିଳିକାଟୁର ସମସ୍ତ ସାମ୍ବାଦିକ ମାନେ ଏକତ୍ରିତ ହୋଇ ସାମାଜିକ ଦୂରତ୍ୱ ରକ୍ଷା କରି ଓଡ଼ିଆ ସାମ୍ବାଦିକ ଦିବସ ପାଳନ କରିଥିଲେ। ୧୮୬୬ ମସିହା ଆଜିର ତାରିଖରେ କର୍ମବୀର ଗୌରୀ ଶଙ୍କର ରାୟଙ୍କ ଦ୍ୱାରା ଓଡ଼ିଶାର ପ୍ରଥମ ଖବର କାଗଜ “ଉତ୍କଳ ଦୀପିକା”ର ପ୍ରଥମ ପ୍ରକାଶନ ହୋଇଥିଲା। ସେହି ଦିବସର ସ୍ମୃତିରେ ସାରା ରାଜ୍ୟରେ ଆଜି ଓଡ଼ିଆ ସାମ୍ୱାଦିକ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କରୋନାରେ ପ୍ରାଣ ହରାଇଥିବା ହିଞ୍ଜିଳିର ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ପ୍ରିୟଦର୍ଶୀ ପଟ୍ଟନାୟକ ଓ ହିଞ୍ଜିଳିକାଟୁ ପୌରପରିଷଦର ପୂର୍ଵତନ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଆସ୍କା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟରତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡାଙ୍କ ବିୟୋଗରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l କରୋନାରେ ପ୍ରାଣ ହରାଉଥିବା ସାମ୍ବାଦିକଙ୍କ ପରିବାରକୁ ରାଜ୍ୟ ସରକାର ଘୋଷଣା କରିଥିବା ଅନୁକମ୍ପା ରାଶିକୁ ୧୫ ଲକ୍ଷରୁ ବର୍ଦ୍ଧିତ କରି ୫୦ଲକ୍ଷ କରିବା ପାଇଁ ସାମ୍ବାଦିକ ମାନେ ଦାବୀ କରିଥିଲେ l ଏହି ଅବସରରେ ପ୍ରେସକ୍ଲବର ପୂର୍ଵତନ ସଭାପତି ଅଜିତ କୁମାର ପଟ୍ଟନାୟକ, ସମ୍ପାଦକ ବସନ୍ତ କୁମାର ପଟ୍ଟନାୟକ, ସାମ୍ବାଦିକ ଆକାଶ ପଟ୍ଟନାୟକ, କୈଳାଶପତି ଦାସ, ରଜନୀକାନ୍ତ ପାତ୍ର, ସିମାଞ୍ଚଳ ନାହାକ, ରଞ୍ଜିତ ପୋଲାଇ, ପ୍ରଭୁଦତ୍ତ ପାତ୍ର, ପବିତ୍ର ପାତ୍ର, ସରୋଜକାନ୍ତ ପାଢ଼ୀ, ସନ୍ତୋଷ କୁମାର ପାଢ଼ୀ, ଅଶୋକ ମହାନ୍ତି, ପ୍ରଶାନ୍ତ ନାୟକ ପ୍ରମୁଖ ସାମ୍ବାଦିକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ସାମ୍ବାଦିକ ହିମାଂଶୁ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here