ବଡ଼ ବଜାର ଥାନା ପୋଲିସ ଦ୍ୱାରା ଜୁଆ ଆଡ୍ଡା ଉପରେ ଚଢାଉ; ୧୭ ଜୁଆଡି ଗିରଫ

0
426

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ବ୍ରହ୍ମପୁର ବଡ଼ ବଜାର ଥାନା ପୋଲିସ ପକ୍ଷରୁ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ୧୭ ଜଣଙ୍କୁ ଗିରଫ କରିବା ସହ ୨୬ ହଜାର ୮୧୨ ଟଙ୍କା ଜବତ କରିବା ସହ ୧୨ ଟି ମୋବାଇଲ ଫୋନକୁ ପୁଲିସ ଜବତ କରିଛି l ବଡ଼ ବଜାର ଥାନା ଅନ୍ତର୍ଗତ ପ୍ରହଲ୍ଲାଦନଗର ପ୍ରଥମ ଲାଇନରେ ଦୀର୍ଘ ଦିନ ଧରି ଏକ ଜୁଆ ଆଡ୍ଡା ଚାଲିଆସୁଥିଲା l କୌଣସି ସୂତ୍ରରୁ ଖବର ପାଇ ବଡ଼ ବଜାର ଥାନା ପୋଲିସ ପ୍ରଥମ ଲାଇନର ସୋମେଶ୍ୱର ରାଓ ନିଜ ଘରେ ଜୁଆଆଡ୍ଡା ଚଳାଇଥିବା ପୁଲିସ କୁ ଖବର ମିଳିବା ପରେ ଅlତର୍କିତ ଭାବେ ଚଢାଉ କରିଥିଲା l ପୋଲିସକୁ ଦେଖି ଜୁଆଡ଼ି ମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିବା ବେଳେ ସେଥିମଧ୍ୟରୁ ୧୭ ଜଣ  ପୋଲିସ କବଜାରେ ଆସିଥିଲେ  । କୋରନା ମହାମାରୀ ସମୟରେ ଲକ୍ ଡାଉନର ଫାଇଦା ନେଇ ଅନେକ ଜୁଆଡି ମାନେ ଜୁଆ ଆଡ୍ଡାରେ ଜୁଆ ଖେଳୁଥିବା ଦେଖିବାକୁ ମିଳୁଛି l ତେବେ ସହରର ଆଉ କେଉଁ କେଉଁ ସ୍ଥାନରେ ଏଭଳି ଜୁଆ ଆଡ୍ଡା ଚାଲିଛି ସେନେଇ ପୋଲିସ ଚଢାଉ ଜାରୀ ରିହଥିବା ବେଳେ ଏଥିରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଧରିବାକୁ ଉଦ୍ୟମ ଜାରୀ ରିହଛି ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି l ସେପଟେ ଗିରଫ ହୋଇଥିବା ସମସ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି l

LEAVE A REPLY

Please enter your comment!
Please enter your name here