ଶିଶୁର ବେକରେ ପଶିଗଲା ଲୁହା ଛଡ଼, ଏମକେସିଜି ରେ ସଫଳ ଅସ୍ତ୍ରୋପଚାର

0
294

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)କେଶପୁର ନିକଟସ୍ଥ ଖଣ୍ଡଦେଉଳି ଗ୍ରାମର ଯଜ୍ଞସିନୀ ଗୌଡ଼ଙ୍କ ୪ ବର୍ଷର ଛୁଆର ବେକରେ ଖେଳୁଥୁବା ସମୟରେ ହାତ ଲମ୍ବର ଲୁହା ଛଡ଼ଟି ଶିଶୁର ଥୋଡ଼ି ଓ ପାଟି ମଝିରେ ପଶି ଅଟକି ଗଲା l ସାଙ୍ଗେ ସାଙ୍ଗେ ଛୁଆଟିକୁ ପ୍ରଥମେ ବାଲସିରା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା l ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର (MKCG)ବଡ଼ ମେଡିକାଲକୁ ଅଣାଯାଇଥିଲା l କିନ୍ତୁ ଛୁଆଟି ଦୁଇଘଂଟା ହେଲା ବଡ଼ ମେଡିକାଲ କାଜୁଆଲଟିରେ ପଡି ଛଟପଟ ହେଉଥୁଲା କାରଣ କରୋନା ଭୟରେ କେହି ମଧ୍ୟ ପାଖତଡ଼ ଲାଗୁନଥିଲେ l ବ୍ରହ୍ମପୁରର କିଛି ଗଣମାଧ୍ୟମ ହସ୍ତକ୍ଷେପ ପରେ ଶିଶୁଟିର ଅସ୍ତ୍ରୋପଚାର ହୋଇଥିଲା l ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ଶିଶୁ ଶଲ୍ୟ ବିଭାଗ ଡାକ୍ତର ପ୍ରଣୟ ପାଣିଗ୍ରାହୀଙ୍କ ସହ ଜେନେରାଲ ସର୍ଜରୀ ଆସୋସିଏଟ ପ୍ରଫେସର ଡା ମନୋଜ ସେଠି, ସମେତ ଡାକ୍ତରୀ ଟିମର ୪୫ ମିନିଟ ଧରି ପରିଶ୍ରମ କରିବା ପରେ ଅସ୍ତ୍ରୋପଚାର ସଫଳ ହୋଇଥିଲା l ଶିଶୁର ଥୋଡ଼ିରୁ ଲୁହା ଛଡ଼ଟି ବାହାର କରାଯିବା ପରେ ବର୍ତମାନ ତାକୁ ଶିଶୁ ବିଭାଗ ଅlୟୁସିୟୁରେ ରଖି ଚିକିତ୍ସା କରାଯାଉଛି l ଡାକ୍ତରଙ୍କ ଉଦ୍ୟମ ଯୋଗୁଁ ଶିଶୁଟିର ଜୀବନ ବଞ୍ଚିଥିବାରୁ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଏମକେସିଜି ଡାକ୍ତର ଟିମକୁ ପ୍ରଶଂସା କରାଯାଇଛି l

LEAVE A REPLY

Please enter your comment!
Please enter your name here