ନାବାଳିକା ଦଳିତ ଝିଅକୁ ଦୁଷ୍କର୍ମ ଅଭିଯୋଗ, ଜଣେ ଅଟକ

0
300

ବୁଗୁଡା : ବୁଗୁଡା ଥାନା ଅନ୍ତର୍ଗତ ନଗୁଡୁ ଗ୍ରାମର ଜଣେ ନାବାଳିକା ହରିଜନ ଝିଅକୁ ସେହି ଗ୍ରାମର ଯୁବକ ଗତ ରାତ୍ରରେ ଦୁଷ୍କର୍ମ କରିବା ନେଇ ପିଡ଼ିତାଙ୍କ ପରିବାର ବୁଗୁଡା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। ପିଡ଼ିତା ନାବାଳିକା ଜଣେ ଦଳିତ ପରିବାରର ହୋଇଥିବା ବେଳେ ଅଭିଯୁକ୍ତ ଯୁବକ ସବର୍ଣ୍ଣ ଜାତିର ଅଟନ୍ତି। ପିଡ଼ିତାଙ୍କ ଭାଇଙ୍କ ବୟାନ ପ୍ରକାରେ ଅଭିଯୁକ୍ତ ଯୁବକ ଙ୍କ ପରିବାର ଲୋକ ଘରେ ତାଲା ପକାଇ କେଉଁଆଡ଼େ ଚାଲି ଯାଇଥିବା କହି ଗତ ରାତ୍ରରେ ଅଭିଯୁକ୍ତ ଦଳିତ ପରିବାର ଘରେ ଶୋଇଥିଲେ। ମଧ୍ୟ ରାତ୍ରରେ ଅଭିଯୁତ ଦଳିତ ପରିବାରର ମଝିଆ ଝିଅକୁ ବାରିପଟକୁ ଟେକିନେଇ ଦୁଷ୍କର୍ମ କରି ଚାଲିଯାଇଥିଲେ। ଅଭିଯୁକ୍ତ କୌଶଳ କ୍ରମେ ଧରି ଗୁରୁବାର ଦିନ ପୋଲିସ ଜିମାଦେଇ ଲିଖିତ ଅଭିଯୋଗ କରିଥିଲେ। ଏନେଇ ବୁଗୁଡା ଥାନା କେସ ନଂ ୪୪୨/୨୧ ପ୍ରକାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତଙ୍କୁ ଅଟକ ରଖି ଜେରା କରାଯାଉଥିବା ବୁଗୁଡା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

ରିପୋର୍ଟ :ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here