ଥାନା ଓ ତହସିଲର ସ୍ୱଚ୍ଛତା ଓ ସଚେତନତା ଅଭିଯାନ

0
817

କୋଦଳା(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) :ମହାମାରୀ କରୋନା କୁ ନେଇ ସାରାବିଶ୍ଵ ଆତଙ୍କିତ । ଦେଶ ବର୍ତ୍ତମାନ ତାଲାବନ୍ଦୀ ରେ ।ଦୀର୍ଘଦିନ ଧରି କୋଦଳା ପ୍ରଶାସନ ରାତିଦିନ ଏକ କରି ଲୋକଙ୍କୁ ସୁରକ୍ଷ୍ଯାଦେଇ ଚାଲିଥିବା ବେଳେ ଆଜି ଆଉ ଏକପାଦ ଆଗକୁ ଆସିଛନ୍ତି କୋଦଳା ଥାନା ଓ ତହସିଲ କାର୍ୟାଳୟ କର୍ମକର୍ତ୍ତା ।ସକାଳୁ ସକାଳୁ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି ଓ ତହସିଲଦାର ପ୍ରଭାତ କୁମାର ପରିଡାଙ୍କ ନେତ୍ରୁତ୍ଵ ରେ ଉଭୟ କାର୍ୟାଳୟ କର୍ମକର୍ତ୍ତା କୋଦଳା ଥାନା ଅନ୍ତର୍ଗତ ଜେ.ଛଚିନ। ଗ୍ରାମକୁ ଯାଇ ଗ୍ରାମରେ ଥିବା ସମସ୍ତ ପୋଖରୀ , ମନ୍ଦିର , ରାସ୍ତା ଘାଟ, କୋଠଘର ସଫାକରିବା ସହିତ ବ୍ଲିଚିଙ୍ଗ ଛିଞ୍ଚନ କରିଥିଲେ ।ଲୋକମାନଙ୍କୁ ଆବଶ୍ୟକ ନ ଥିଲେ ଘରୁ ନ ବାହାରିବା କୁ ପରାମର୍ଶ ଦେଇଥିଲେ ।ମାସ୍କ ବାଧ୍ୟତାମୂଳକ ଏବଂ ପ୍ରତ୍ୟକ ସମୟ ରେ ସାବୁନ କିମ୍ବା ହେଣ୍ଡ୍ଵାଷ ରେ ହାତଧୋଇବ। ହେଉଛି କରୋନା ଏକମାତ୍ର ଉପଚାର ବୋଲି କହିଥିଲେ ।ପୋଲିସ ଓ ତହସିଲଦାର ଙ୍କ ଏହି ପ୍ରୟାସ କୁ ଗ୍ରାମବାସୀ ପ୍ରଶଂସା କରିଥିବା ବେଳେ ଏମିତି ପ୍ରତ୍ୟକ ଗ୍ରାମରେ ଏହି ଅଭିଯାନ ଚାଲୁ ରହିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here