ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ପଥରା ଗ୍ରାମବାସୀ ଙ୍କ ଭେଜିପୁଟ ଫାଣ୍ଡି ଘେରାଉ, ୧୬ନମ୍ବର ଜାତୀୟ ରାଜପଥ ଅବରୋଧ

0
352

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ)ମଦ ବିକ୍ରି କୁ ନେଇ ଖଲ୍ଲିକୋଟ ଥାନା ପଥରା ଗ୍ରାମରେ ଗତ ମାସ ୩ ତାରିଖରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୯ ଜଣ ଆହତ ହୋଇ ଥିବା ବେଳେ ଜଣେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲା ।୪ ଜଣ ଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ପଠାଯାଇଥିଲା।ସେମାନେ ଏବେ ମଧ୍ୟ ଚିକିତ୍ସିତ ହେଉଛନ୍ତି।ମଦ ବିକ୍ରି କରିବାକୁ ନେଇ ପଥରା ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା ।ଖଣ୍ଡା ରେ ହାଣିବା ଦ୍ୱାରା ଗ୍ରାମର ପିଣ୍ଟୁ ଦାସ ନାମକ ଜଣେ ଯୁବକ ର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ।ଏହି ସଂଘର୍ଷ ରେ ଉଭୟ ପକ୍ଷ ର ୯ ଜଣ ଆହତ ହୋଇଥିଲେ ।ତୁରନ୍ତ ଆହତମାନଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ଅଣାଯାଇଥିଲା ।ସେଥିମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା । ଆହତ ମାନେ ହେଲେ ପ୍ରତାପ ପଲେଇ,ତୋଫାନ ପଲେଇ ,ରଞ୍ଜନ ଭାଙ୍ଗ,ଧ୍ରୁବ ଟହଲ ,ସୁମନ ସୁବୁଦ୍ଧି ,ଉଲ୍ଲାସ ପଲେଇ ,ସଞ୍ଜୟ ସୁବୁଦ୍ଧି ,ନାରାୟଣ ସୁବୁଦ୍ଧି । ଏମାନଙ୍କ ମଧ୍ୟରୁ ଖଣ୍ଡା ଚୋଟ ରେ ରଞ୍ଜନ ଭାଙ୍ଗ ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ।ସେ ଏବେ କଟକ ର ଏକ ଘରୋଇ ମେଡ଼ିକାଲ୍ ରେ କୋମା ରେ ରହି ମୃତ୍ୟୁ ସହ ସଂଘର୍ଷ କରୁଥିବା ଜଣାପଡିଛି ।ଏହି ଘଟଣା ପରେ ପୋଲିସ ଗ୍ରାମରେ ମଦ ବିକ୍ରି କରୁଥିବା ବ୍ୟବସାୟୀ ଙ୍କ ସମେତ ୫ ଜଣ ଙ୍କୁ ଗିରଫ କରି ଥିଲା ।ତେବେ ଗ୍ରାମବାସୀ ଏହି ଘଟଣା ରେ ସମ୍ପୃକ୍ତ ଥିବା ୧୨ ଜଣ ଙ୍କ ବିରୋଧ ରେ ଏତଲା ଦେଇଥିବା ବେଳେ ଦୀର୍ଘ ଏକ ମାସ ହେଲା ଅନ୍ୟ ଅଭିଯୁକ୍ତ ମାନଙ୍କୁ ପୋଲିସ ଧରୁ ନଥିବା ରୁ ଆଜି ୪୦୦ ରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିବା ସହ ଭେଜିପୁଟ ଫାଣ୍ଡି କୁ ଘେରାଉ କରିଥିଲେ ।ଦିନ ତମାମ ସେମାନେ ଭେଜିପୁଟ ଫାଣ୍ଡି ସମ୍ମୁଖରେ ଧାରଣାରେ ବସିଥିଲେ ।ଅଭିଯୁକ୍ତ ମାନେ ଖୋଲାଖୋଲି ଭାବେ ବୁଲୁଥିବା ବେଳେ ପୋଲିସ ସେମାନଙ୍କୁ ଜାଣିଶୁଣି ଗିରଫ କରୁନାହିଁ ବୋଲି ଅଭିଯୋଗ କରିଥିଲେ । ଛତ୍ରପୁର SDPO ଗୌତମ କିଷାନ, ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ, ଭେଜିପୁଟ ଫାଣ୍ଡି ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଦିନ ତମାମ ବୁଝାସୁଝା କରିଥିଲେ ମଧ୍ୟ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ଦାବିରେ ଅଟଳ ରହିଥିଲେ ପଥରା ଗ୍ରାମବାସୀ । ତେବେ ସନ୍ଧ୍ୟାରେ SDPO ଆସନ୍ତା ଦୁଇ ଦିନ ମଧ୍ୟରେ ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେବା ପରେ ଫାଣ୍ଡି ଆଗରୁ ହଟିଥିଲେ ପଥରା ଗ୍ରାମବାସୀ ।

LEAVE A REPLY

Please enter your comment!
Please enter your name here