୧୮ ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିମାନଙ୍କର କରୋନା ଟୀକା କରଣ ଆରମ୍ଭ

0
235

କନ୍ଧମାଳ,(ନ୍ୟୁଜ ଏକ୍ସଟ୍ରା):କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରାଞ୍ଚଳରେ ଚଳିତ ମାସ ୭ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ୧୮ ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିମାନଙ୍କର କୋଭିଡ଼ ଟୀକାକରଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ୪୦୦୦ ହିତାଧିକାରୀଙ୍କ ପାଇଁ ଏହା ଉପଲବ୍ଧ ହେବ। ଫୁଲବାଣୀ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବିଜୁ କଲ୍ୟାଣ ମଣ୍ଡପ ଓ ବିପି ଆଇ ଟି କଲେଜରେ ଏହି ଟୀକାକରଣ କରାଯିବ। ଇଚ୍ଛୁକ ହିତାଧିକାରୀ ମାନେ କୋ-ୱାଇନ ପୋର୍ଟାଲ କିମ୍ବା ଆରୋଗ୍ୟସେତୁ ଆପ୍ ମାଧ୍ୟମରେ ଅନଲାଇନ ରେଜିଷ୍ଟ୍ରେସନ୍ କରିବେ। ଏଥି ପାଇଁ ଶନିବାର ସଂଧ୍ୟା ୮ ଟା ରୁ ସ୍ଳଟ୍ ବୁକିଙ୍ଗ୍ ଆରମ୍ଭ ହୋଇଛି । ଏଣୁ ଫୁଲବାଣୀ ସହରାଞ୍ଚଳର ୧୮ ରୁ ୪୪ ବର୍ଷ ବ୍ୟକ୍ତି ମାନେ ଏହାର ନିଶ୍ଚୟ ସୁଯୋଗ ନେବା ପାଇଁ ଅନୁରୋଧ କରାଯାଇଛି l

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here