ବେଲଗୁଣ୍ଠା ଏନ.ଏ.ସିର ୮ ଓ ୧୦ ନମ୍ବର ୱାର୍ଡରେ ନିର୍ବାହୀ ଅଧିକାରୀଙ୍କ କରୋନା ସଚେତନତା କାର୍ଯ୍ୟକ୍ରମ

0
315

ବେଲଗୁଣ୍ଠା(ଶିବରାମ ଚୌଧୁରୀ)ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ରେ କରୋନା ସଂପୂର୍ଣ୍ଣ କାୟା ବିସ୍ତାର କରିଥିବ୍ବା ବେଳେ ଦିନ ଦିନ ଶହ ଶହ ପଜିଟିଭ ଚିହ୍ନଟ ହେଉଛନ୍ତି ।ତା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି ।ଲକ୍ଷଣ ଥିଲେ ମଧ୍ୟ ପରୀକ୍ଷା ନ କରି କିଛି ଲୋକ ମୃତ୍ୟୁ ମୁଖ ରେ ପଡୁଥିବା ଲକ୍ଷ୍ୟ କରାଯାଇଛି । କରୋନା ମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ର ଉଦ୍ୟମ ଜାରି ରଖିଛନ୍ତି ।ବେଲଗୁଣ୍ଠା ଏନ.ଏ.ସି ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର ଆବାହନ ରେ ଆଜି ୱାର୍ଡ ନମ୍ବର ୮ ଓ ୧୦ ନମ୍ବରରେ କଂସାରି ସାହି ଓ ବାଙ୍କ ବଜାର ସାହି ବାସିନ୍ଦାଙ୍କୁ ନେଇ ଦୁଇଟି ପୃଥକ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ।ନିର୍ବାହୀ ଅଧିକାରୀ ଶ୍ରୀ ପାତ୍ର ସାହି ବାସିନ୍ଦା ଙ୍କୁ ମାସ୍କ ପିନ୍ଧିବା,ସାମାଜିକ ଦୁରତ୍ଵ ରଖିବା,ହାତ ବାରମ୍ବାର ଧୋଇବା ନେଇ ସଚେତନ କରାଇଥିଲେ ।ତା ସହ କରୋନା ମୁକ୍ତ ବେଲଗୁଣ୍ଠା କରିବାକୁ ହେଲେ ଅଧିକା ରୁ ଅଧିକା ପରୀକ୍ଷା କରାଇବାକୁ ପଡିବ ।ଲକ୍ଷଣ ଥିଲେ ନ ଲୁଚାଇ ତୁରନ୍ତ ୱାର୍ଡ ର ଅଙ୍ଗନବାଡି କର୍ମୀ ,ଆଶା କର୍ମୀ କୋଭିଡ ମନିଟର ଙ୍କୁ ଜଣାଇବାକୁ ପରାମର୍ଶ ଦେଇଥିଲେ ।ଯେତେ ଅଧିକା ପରୀକ୍ଷା କରାଯିବ କରୋନା ଚିହ୍ନଟ ମଧ୍ୟ ଜଣାପଡିଯିବ ।ଫଳରେ ଚିହ୍ନଟ ହେଉଥିବା ବ୍ୟକ୍ତି ବିଶେଷ ଶୀଘ୍ର ସୁସ୍ଥ ହେବେ ଏବଂ ଆଗକୁ କୌଣସି ଗୁରୁତର ସ୍ୱାସ୍ଥ୍ୟ ସମାସ୍ୟା ଉପୁଜିବ ନହିଁ ।ତେଣୁ ସମସ୍ତଙ୍କୁ ଲକ୍ଷଣ ଥିଲେ ପରୀକ୍ଷା କରାଇବାକୁ ଗୁରୁତ୍ଵ ଦେବାକୁ ପରାମର୍ଶ ଦେବା ସହ କୌଣସି ଅସୁବିଧା ହେଲେ ତାଙ୍କୁ ଜଣାଇବାକୁ ଅନୁରୋଧ କରିଥିଲେ ।ଏ ପରି କଲେ ବେଲଗୁଣ୍ଠା ସହରକୁ ଆମେ ଶୀଘ୍ର କରୋନା ମୁକ୍ତ କରିପାରିବା । ୱାର୍ଡ ନମ୍ବର ୮ ରେ ସହିବାସିନ୍ଦା ମାନେ ୱାର୍ଡ ର କିଛି ଅସୁବିଧା ନିର୍ବାହୀ ଅଧିକାରୀ ଙ୍କୁ ଜଣାଇଥିଲେ ।ଜଗନ୍ନାଥ ପାଟଣା ସାହି ଠାରୁ କୋଳି ସାହି ପର୍ଯ୍ୟନ୍ତ ଯାଇଥିବା ନାଳ ଟି ବହୁ ଅଭିଯୋଗ ପରେ ପୁନରୁଦ୍ଧାର ପାଇଁ ଖୋଳାଯାଇଥିଲା । କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ନଲରା ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇପାରିଲା ନହିଁ ।ଏ ନେଇ କଂସାରିସାହି ବାସିନ୍ଦା ନିର୍ବାହୀ ଅଧିକାରୀଙ୍କ ଦ୍ରୁଷ୍ଟି ଆକର୍ଷଣ କରିଥିଲେ ।ନିର୍ବାହୀ ଅଧିକାରୀ ଶ୍ରୀ ପାତ୍ର ନିଶ୍ଚିତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।ଉକ୍ତ କାର୍ଯ୍ୟକ୍ରମ ରେ ନିର୍ବାହୀ ଅଧିକାରୀ ରାକେଶ ପାତ୍ର ଙ୍କ ସହ ୱାର୍ଡ ନମ୍ବର ୮ ରେ ପୂର୍ବତନ କାଉନ୍ସିଲର ଚିନମ.ଲିଙ୍ଗରାଜ ପାତ୍ର ,ଚିନମ.ଯତୀନ କୁମାର ପାତ୍ର,ବରିଷ୍ଠ ଶିକ୍ଷାବିତ ରବୀନ୍ଦ୍ର ନାଥ ଚୌଧୁରୀ ,ବରିଷ୍ଠ ଆଇନଜୀବୀ ଗଗନବିହାରୀ ବିନ୍ଧାଣିରା,ଦୀପକ ପତି,ଗୋପାଳ ପାତ୍ର,ପ୍ରଶାନ୍ତ ସରାବ ପ୍ରମୁଖ ଉପସ୍ଥିତ ଥିବା ବେଳେ ୱାର୍ଡ ନମ୍ବର ୧୦ ରେ ବିଶିଷ୍ଠ ସମାଜସେବୀ ଭି.ଦେବୀ ପ୍ରସାଦ ପାତ୍ର,ପୂର୍ବତନ କାଉନ୍ସିଲର ଜିତେନ୍ଦ୍ର ସୁବୁଦ୍ଧି,ବଣିକ ସଂଘ ସମ୍ପାଦକ କୈଳାଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କରୋନା ମୁକାବିଲା ପାଇଁ ପ୍ରଶାସନ କୁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରକାଶ କରିବା ସହ ଖୁବ କମ ଦିନ ରେ ବେଲଗୁଣ୍ଠା ସହର କୁ କରୋନା ମୁକ୍ତ କରିବା ପାଇଁ ଶପଥ ନେଇଥିଲେ ।

LEAVE A REPLY

Please enter your comment!
Please enter your name here