ଗୋସେବା ହଁ ମାନବିକତାର ମହତ ସେବା …

0
592

କୋଦୋଳା(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ମହାମାରୀ କରୋନା ଭାରତରେ ଦିନକୁ ଦିନ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏହାକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ଯ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଇ ସମଗ୍ର ରାଜ୍ୟରେ ଲକଡାଉନ୍ ଘୋଷଣା କରିଛନ୍ତି । ଏପରି ସ୍ଥିତିରେ ଗୋରୁଗାଈ ସେବାରେ ନିୟୋଜିତ ସ୍ବେଚ୍ଛାସେବୀ ଲଲାଟେନ୍ଦୁ ଚୌଧୁରୀ ଆଜି ପୁଣିଏକ ଗୁରୁତର ଭାବେ ଆହତ ହୋଇଥିବା ଷଣ୍ଢକୁ ସେବା ଯୋଗାଇ ପ୍ରଶଂସାର ପତ୍ର ହୋଇଛି । କୋଦଳା ଥାନା ଅନ୍ତର୍ଗତ ଆଛୁଲା ଫାଶିପଡା ଗ୍ରାମ ନିକଟରେ ଥିବା ବ୍ରିଜ୍ ତଳେ ଗୋଟେ ଷଣ୍ଢର ଗୋଡ଼ରେ ଗଭୀର ଆଘାତ ଲାଗି ୧୦ ଦିନ ହେଲା ଛଟାପଟ ହୋଇ ମୃତ୍ୟୁ ସହିତ ସଂଗ୍ରାମ କରୁଥିବାର ଦେଖି ସ୍ଥାନୀୟ ବାସିନ୍ଦା ଯଥା ବ୍ରହ୍ମପୁର ବିଉରୋ ଅର୍ଗସ ପ୍ରତିନିଧି ପିତାମ୍ବର ନାହାକଙ୍କୁ ଖବର ଦେଇଥିଲେ । ଏହାକୁ ଅତି ଗମ୍ଭୀରତା ସହ ନେଇ ନିଜେ ପିତାମ୍ବର ଗୋରୁଗାଈ ସେବାରେ ନିୟୋଜିତଥିବା ସ୍ବେଚ୍ଛାସେବୀ ଲଲାଟେନ୍ଦୁ ଚୌଧୁରୀଙ୍କୁ ଖବର ଦେଇଥିଲେ । ସମୟ ନଷ୍ଟ ନ କରି ଏହାକୁ ଅତି ଗୁରୁତର ଭାବେ ନେଇ, ପଶୁ ଚିକିତ୍ସାଳୟର ଅଧିକାରୀଙ୍କ ସହ ଯୋଗାଯୋଗ କରି ଘଟଣାସ୍ଥଳକୁ ଖଲ୍ଲିକୋଟ ପଶୁ ଚିକିତ୍ସାଳୟର ଡକ୍ଟର ସୌମୟ ରଞ୍ଜନ ରାଉତ, ଡକ୍ଟର ଅକ୍ଷୟ କୁମାର ଜେନା କର୍ମଚାରୀ ଭାସ୍କର ସେଠୀ ଏବଂ ସ୍ବେଚ୍ଛାସେବୀ ସଂସ୍ଥା BAIF ର ସଦସ୍ୟ ସଞ୍ଜୟ କୁମାର ପରିଡ଼ା ପହଞ୍ଚିଥିଲେ । ତୁରନ୍ତ ସେଠାରେ ପଶୁ ଚିକିତ୍ସାଳୟର କର୍ମଚାରୀଙ୍କ ଦ୍ୱାରା ଚିକିତ୍ସା ଯୋଗାଇ ଦିଆଯାଇଥିଲା । ଉକ୍ତ ଷଣ୍ଢଟିର ଗୋଡ଼କୁ ଗଭୀର ଆଘାତ ଲାଗିଥିବା ହେତୁ ଅତିମାତ୍ରାରେ ସଂକ୍ରମିତ ହୋଇ ପାରାଲିସେରେ ଆକ୍ରାନ୍ତ ହୋଇଛି । ପଶୁ ଚିକିତ୍ସାଳୟର କର୍ମଚାରୀ ମାନେ ପ୍ରତ୍ୟେକ ଦିନ ସେଠାକୁ ଯାଇ ଷଣ୍ଢଟିର ସେବା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏଥିରେ ଗ୍ରାମର ସ୍ବେଚ୍ଛାସେବୀ ଟୁକୁନା ଗିରି, ଫକିର ଗିରି, ବିଜୟ ଗୌଡ, ସୁନିଲ୍ ନାୟକ, ରଞ୍ଜିତ ନାୟକ, ଚିତ୍ରସେନ ପାଳ, ତୋଫାନ ପାଳ ,ଦୀପକ ନାହାକ, କାହ୍ନୁ ନାହାକ, ଦୀପକ ଦାସ, ଲୋକନାଥ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହିତ ସମା ଗ୍ରାମର କିଛି ଯୁବକ ଓ ସମା ଗ୍ରାମର ଜଣେ ବୃଦ୍ଧା ଯିଏକି ଦ୍ରୀଘ ୧୦ ଦିନ ଧରି ଷଣ୍ଢର ସେବାରେ ନିଜକୁ ନୀୟୋଜିତ କରିଛନ୍ତି ସେ ମଧ୍ୟ ରହିଥିଲେ। ଏପରି କାର୍ଯ୍ୟକୁ କେବଳ ଫାଶିପଡା ଗ୍ରାମବାସି ନୁହେଁ ଆଖପାଖ ଅଞ୍ଚଳର ଜନସାଧାରଣ ପଶୁ ଚିକିତ୍ସାଳୟର କର୍ମଚାରୀଙ୍କ ଏବଂ ସେବା ଯୋଗାଇ ଦେଇଥିବା ସ୍ବେଚ୍ଛାସେବୀ ଲଲାଟେନ୍ଦୁ ଚୌଧୁରୀଙ୍କୁ ଧନ୍ୟବାଦ୍ ଦେବା ସହ ସାଧୁବାଦ୍ ଜଣାଇଥିଲେ । ଯାହାକୁ ନେଇ ପ୍ରଶଂସାର ସୁଅ ଛୁଟୁଛି…

LEAVE A REPLY

Please enter your comment!
Please enter your name here