ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ମାନ୍ୟତା ଓ ବୀମା ରାଶି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବୀପତ୍ର

0
521

ହିଞ୍ଜିଳିକାଟୁ(ହିମାଂଶୁ ବେହେରା) କରୋନା ଦିନ କୁ ଦିନ କାୟା ବିସ୍ତାର କରୁଥିବା ବେଳେ କରୋନା କୁ କିପରି ମୁକାବିଲା କରଯାଇ ପରିବ ସେ ନେଇ ପ୍ରସାଶନିକ ଅଧିକାରୀ, ଡାକ୍ତର, ପୋଲିସ ଅଦୃଶ୍ୟ ଶକ୍ତି କରୋନା ସହିତ ଲଢ଼ୁଥିବା ବେଳେ l ଅନ୍ୟ ତମ କରୋନା ଯୋଦ୍ଧା ଭାବେ ସାମ୍ବାଦିକ ଟିଏ ମଧ୍ୟ ନିଜ କାର୍ଯ୍ୟ କୁ ସୁଚାରୁ ରୂପେ ସମ୍ପାଦନ କରିବା ସହିତ ସାଧାରଣ ଲୋକ ଙ୍କ ପାଖରେ କିପରି ସଠିକ ଖବର ପହଞ୍ଚି ପାରିବ ସେନେଇ ସବୁ ସମୟ ରେ ପ୍ରସ୍ତୁତ ଥିବା ବେଳେ କରୋନା ମହାମାରୀ ସମୟ ନିୟମିତ ସାଧାରଣ ଜନତା ଙ୍କ ନିକଟରେ ପହଞ୍ଚାଥିବା ହିଞ୍ଜିଳିକାଟୁ ର କାର୍ଯ୍ୟରତ ସାମ୍ବାଦିକ ସ୍ୱର୍ଗତ ପ୍ରିୟଦର୍ଶୀ ପଟ୍ଟନାୟକ କରୋନା ରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ଚିକିତ୍ସାଧୀନ ଅବସ୍ଥା ରେ ମୃତ୍ୟୁ ଘଟିଥିଲା l ସେ ରାଜ୍ୟ ପ୍ରଥମ ସାମ୍ବାଦିକ ଭାବେ କରୋନା ରେ ମୃତ୍ୟୁ ଘଟିଥିବା ବେଳେ l ବଡ଼ ଦୁଃଖ ର ବିଷୟ ସ୍ଵର୍ଗତଃ ପ୍ରିୟଦର୍ଶୀ ପଟ୍ଟନାୟକ ଙ୍କ ମୃତ୍ୟୁ କୁ ବହୁ ଦିନ ବିତିଯାଇଥିଲେ ମଧ୍ୟ ସରକାର ଏ ପର୍ଯ୍ୟନ୍ତ କରୋନା ଯୋଦ୍ଧା ଓ ପୂର୍ଵ ଘୋଷିତ ବୀମା ରାଶି ପ୍ରଦାନ କରିନାହାନ୍ତି l ଏନେଇ ହିଞ୍ଜିଳିକାଟୁ ସାମ୍ବାଦିକ ସଙ୍ଘ ପକ୍ଷ ରୁ ସ୍ଵର୍ଗତଃ ସାମ୍ବାଦିକ ୰ପ୍ରିୟଦର୍ଶୀ ପଟ୍ଟନାୟକଙ୍କୁ କରୋନା ଯୋଦ୍ଧା ଘୋଷିତ ସହ ଘୋଷଣା କରିଥିବା 15ଲକ୍ଷ ଟଙ୍କା ବୀମା ରାଶି ପରିବାର କୁ ପ୍ରଦାନ ଦାବିରେ ସ୍ଥାନୀୟ ବିଧାୟକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜିଲ୍ଳାପାଳ ବିଜୟ ଅମୃତ କୁଲାଙ୍ଗେ ଉଦେଶ୍ୟ ରେ ଏକ ଦାବୀପତ୍ର ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ଙ୍କ ଜରିଆ ରେ ପ୍ରଦାନ କଲେ ହିଂଜିଳିକାଟୁ କାର୍ଯ୍ୟରତ ସାମ୍ବାଦିକ ସଂଘ। ଦାବୀ ପତ୍ର ପ୍ରଦାନ ବେଳେ ସାମ୍ବାଦିକ ଦ୍ଵିତୀକୃଷ୍ଣ ସାବତ, ଦ୍ଵିତୀକୃଷ୍ଣ ପଣ୍ଡା, ବସନ୍ତ ପଟ୍ଟନାୟକ, ଶେଷଦେବ ସାହୁ, ବିଶ୍ୱମ୍ବର ସାହୁ, ଲଳିତ ମୋହନ ପୋଲାଇ, କୌଳାଶ ପତିଦାଶ, ପ୍ୟାରୀମୋହନ ପାଢ଼ୀ, ପ୍ରିୟବ୍ରତ ପଣ୍ଡା, ବିଭୁପ୍ରସାଦ ପଣ୍ଡା, ନୀଳାଞ୍ଚଳ ସାହୁ, ରଜନୀକାନ୍ତ ପାତ୍ର, ଆକାଶ ପଟ୍ଟନାୟକ, ସରୋଜ କୁମାର ପାଢ଼ୀ, ସିମାଞ୍ଚଳ ନାହାକ, ବିଦ୍ୟାଧର ପାଣିଗ୍ରାହୀ ହିମାଂଶୁ ବେହେରା, ପବିତ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here