ବଜ୍ରପାତରେ ମହିଳାଙ୍କ ମୃତ୍ୟୁ

0
482

ଜଗନ୍ନାଥ ପ୍ରସାଦ(ନିଲୁ ବିଶୋଇ) ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ସିସୁଣ୍ଡା ଗ୍ରାମରେ ବଜ୍ରପାତ ଘଟି ବିଷ୍ଣୁପ୍ରିୟା ରାଉତ (୫୦) ନାମକ ଜଣେ ମହିଳା ମୃତ୍ୟୁ ବରଣ କରିଛନ୍ତି। ମିଳିଥିବା ସୂଚନା ମୁତାବକ ଆଜି ଅପରାହ୍ନ ୪ଟା ସମୟରେ ସେ ନିଜ ବିଲ ରେ କାମ କରୁଥିବା ବେଳେ ହଠାତ ବର୍ଷା ପବନ ସହ ବଜ୍ରପାତ ଘଟିବାରୁ ସେ ଘଟଣା ସ୍ଥଳରେ ଗୁରୁତର ଅବସ୍ଥାରେ ଟଳି ପଡିଥିଲେ। ଘଟଣା ସ୍ଥଳରେ ଜଗନ୍ନାଥ ପ୍ରଶାଦ ଅଗ୍ନିଶମ ବାହିନୀ ପହଂଚି ବିଷ୍ଣୁପ୍ରିୟା ଙ୍କୁ ଉଦ୍ଧାର କରି ସ୍ତାନୀୟ ମେଡିକାଲ ରେ ଭର୍ତ୍ତି କରାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ପୋଲିସ ପହଂଚି ମୃତ ଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here