ପ୍ରଶାସନ ଓ ଗାଈ ମାଲିକଙ୍କ ମଧୁଚନ୍ଦ୍ରିକାରେ ବଳି ପଡ଼ୁଛନ୍ତି ନିରୀହ ଗୋରୁଗାଈ ।

0
342

ବ୍ରହ୍ମପୁର(ନ୍ୟୁଜ ଏକ୍ସଟ୍ରା)ଗତ ବର୍ଷ ବିଜ୍ଞାପିତ ମହାନଗର ନିଗମ ପକ୍ଷରୁ ବୁଲା ଗାଈଗୋରୁ ସହରରୁ ବାହାର କରିବା ବ୍ୟବସ୍ଥା କରିଥିଲେ କିନ୍ତୁ ଗୋଟେ ଦୁଇ ଦିନରେ ହଁ ବ୍ୟବସ୍ଥା ସୀମିତ ହୋଇ ରହିଗଲା ଜାଫଳରେ ଆଜି ଶହ ଶହ ଗୋରୁଗାଈ ଖାଦ୍ୟ ପାଇଁ ଏମାନେ ଡହଳ ବିକଳ ହେଉଛନ୍ତି । ଏପରି କି ଖାଦ୍ୟ ଭାବ ଯୋଗୁ କେତେକ ପଶୁ ଏକପ୍ରକାର ମରଣ ମୁହଁକୁ ଠେଲି ହୋଇଗଲେଣି । ସହର ସାରା ପଲ ପଲ ଗାଈଗୋରୁ ଦିନରାତି ବୁଲିବା ଓ ରାସ୍ତା ଉପରେ ସୋଇ ରହୁଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟିଚାଲିଛି । ସହର ଗୁଡିକରେ ଗାଈଗୋରୁ ପାଳିବା ସହ ମାଲିକ ମାନେ କ୍ଷୀର ଆଦାୟ କରି ସେମାନଙ୍କୁ ଖୋଲା ଛାଡ଼ିଦେଇଥାନ୍ତି । ସହର ସାରା ଘର ସମ୍ପୂର୍ଣ୍ଣ ଥିବାରୁ ସେମାନେ ଚରିବୁଲିବା ପାଇଁ ପଡ଼ିଆ ପାଇନଥାନ୍ତି । ଫଳରେ ସେମାନେ ଜାତୀୟ ରାଜପଥ ନିକଟରେ ଥିବା ପଡ଼ିଆକୁ ଯାଇ ଚରୁଛନ୍ତି । ଯାହାଫଳରେ ଗୋରୁଗାଈ ମାନେ ଦୁର୍ଘଟଣାର ଶିକାର ହେଉଛନ୍ତି । ଗତକାଲି ସନ୍ଧ୍ୟା ସମୟରେ ହଲଦିଆପଦର ଜାତୀୟ ରାଜପଥ MRF ଟାୟାର ସାମ୍ନାରେ ଗୋଟେ ଗାଈ ଅଜଣା ଗାଡ଼ି ଧକ୍କାରେ ଗୁରୁତର ଅବସ୍ଥାରେ ପଡିରହିଥିବା ଦେଖି ରାସ୍ତାରେ ଯାତାୟାତ କରୁଥିବା ଲୋକେ ଗୋରୁଗାଈ ସେବାରେ ନିୟୋଜିତ ଥିବା ସ୍ବେଚ୍ଛାସେବୀ ତଥା ସାମ୍ବାଦିକ ଚୌଧୁରୀଙ୍କୁ ଖବର ଦେଇଥିଲେ । ଖବର ପାଇବା ସଂଗେ ସଂଗେ ଅତି ଗୁରୁତର ଭାବେ ନେଇ ପଶୁ ଚିକିତ୍ସା ବିଭାଗ ଏବଂ ସ୍ବେଚ୍ଛାସେବୀଙ୍କ ସହ ଯୋଗାଯୋଗ କରି ଘଟଣା ସ୍ଥଳକୁ ଆମ୍ବୁଲାନ୍ସ ସହିତ ପଶୁ ଚିକିତ୍ସାଳୟର କର୍ମଚାରୀ ପହଞ୍ଚି ଗାଈଟିର ଚିକିତ୍ସା କରାଯାଇଥିଲା। ଚିକିତ୍ସାରୁ ଜଣାପଡିଥିଲା ଯେ ଗାଈଟିର ଖଞ୍ଜା ଖସିଥିବାରୁ ସେମାନେ ପ୍ରତ୍ୟେକ ଦିନ ସେଠାକୁ ଯାଇ ଚିକିତ୍ସା କରିବାକୁ ପ୍ରତିଶୃତି ଦେଇଛନ୍ତି । ଏପରି କାର୍ଯ୍ୟକୁ କେବଳ ହଲଦିଆ ପଦର ଗ୍ରାମବାସି ନୁହଁ ଆଖପାଖ ଅଞ୍ଚଳର ଜନସାଧାରଣ ପଶୁ ଚିକିତ୍ସାଳୟର କର୍ମଚାରୀ ଡାକ୍ତର ସୌମିକ ସ୍ୱାଇଁ, ଗୋବିନ୍ଦ ଚନ୍ଦ୍ର ପାତ୍ର, ପ୍ରଣୟ ପ୍ରସାଦ ରେଡ୍ଡୀ ଓ ସ୍ବେଚ୍ଛାସେବୀ ସାଇ ଶଙ୍କର ସାହୁ, ଅଜିତ୍ କୁମାର ଗୁପ୍ତା, ଅମରନାଥ ଚୌଧୁରୀ, ଲିଟୁ ସେଠୀ, ରାଜେଶ୍ କୁମାର ପାତ୍ର, ଲଲାଟେନ୍ଦୁ ଚୌଧୁରୀଙ୍କୁ ଧନ୍ୟବାଦ୍ ଦେବା ସହ ସାଧୁବାଦ୍ ଜଣାଇଥିଲେ । ବୁଦ୍ଧିଜୀବୀ ମନେ ଆଲୋଚନା କରୁଛନ୍ତି ଗାଈଗୋରୁ ମାଲିକମାନଙ୍କ ପ୍ରତି ଯଦି କିଛି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯିବ ତାହାହେଲେ ଆଗାମୀ ଦିନରେ ଗୋରୁ ଗାଈ ମାନେ ଦୃଘଟଣାର ଶିକାର ହେବେ ।

LEAVE A REPLY

Please enter your comment!
Please enter your name here