ସାଂସଦ ଓ ବିଧାୟକଙ୍କ ଦ୍ଵାରା କୃଷି ବଜାରର ଶିଳାନ୍ୟାସ

0
420

କୋଷାଗୁମୁଡା(ନ୍ୟୁଜଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କୋଡିଙ୍ଗା ଏବଂ କୋଷାଗୁମୁଡା ସବ ମାର୍କେଟ ୟାର୍ଡରେ ଆଜି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ଡାବୁଗାଁ ବିଧାୟକ ମନହୋର ରନ୍ଧାରୀଙ୍କ ଦ୍ଵାରା କୃଷି ବଜାରର ଶିଳାନ୍ୟାସ କରାଯାଇଛି । କୋଡିଙ୍ଗା ସବ ମାର୍କେଟ ୟାର୍ଡ ମଧ୍ୟରେ ୨ କୋଟି ୩୦ଲକ୍ଷ ଟଙ୍କା ବ୍ୟୟରେ କୃଷି ବଜାରର ଭିତ୍ତିଭୂମି ଉନ୍ନତିକରଣ
ଆଲୋକିକରଣ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ସେହିପରି କୋଷାଗୁମୁଡା ଠାରେ ନୂତନ ଦୋକାନ ଗୃହ ନିର୍ମାଣ ଓ ମାର୍କେଟ ପିଣ୍ଡି ନିର୍ମାଣ କାର୍ଯ୍ୟ ପାଇଁ ଅନୁଦାନ ପ୍ରଦାନ କରାଯାଇଛି । ଏହି ଅବସରରେ ଧାନମଣ୍ଡିରେ ଧାନ ବିକ୍ରି କରି ଟଙ୍କା ପାଇନଥିବା ଚାଷୀମାନେ ଭେଟି ସାଂସଦ ଏବଂ ବିଧାୟକଙ୍କ ଦୃଷ୍ଠୀ ଆକର୍ଷଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ସାଂସଦ ଓ ବିଧାୟକ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭଗବତୀ ଭତରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ନିବେଦିତା ମହାନ୍ତି, ବ୍ଲକ ଉପାଧ୍ୟକ୍ଷ ପଦମସାଏ ମାଳୀ, ନବରଙ୍ଗପୁର ଉପ-ଜିଲ୍ଲାପାଳ ଭାସ୍କର ରଇତ, କୋଡିଙ୍ଗା ତହସିଲଦାର ସବ୍ୟସାଚୀ ଜେନା, ରାଜ୍ୟସଭା ସାଂସଦ ପ୍ରତିନିଧି ବଦ୍ରି ନାରାୟଣ ସିଂ,ବିଦ୍ୟାଧର ମଲ୍ଲିକ, ନିୟନ୍ତ୍ରିତ ବଜାର କମିଟିର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here