ଦେଶୀ ମଦ ଭାଟି ଉପରେ ପୋଲିସ ଚଢ଼ାଉ ; ୯ ଗିରଫ

0
402

ଭଞ୍ଜନଗର(ନିଲୁ ବିଶୋଇ) ଭଞ୍ଜନଗର ସହର ରେ ରହିଥିବା ନାହାତୁଠ ସାହିର ଏକ ଦେଶୀ ମଦଭାଟି ଉପରରେ ଭଞ୍ଜନଗର ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ମଦ ଓ ବ୍ୟବହୃତ ସରଞ୍ଜାମ ଜବତ କରିଛି। ମିଳିଥିବା ସୂଚନା ମୁତାବକ , ଏକ ବିଶେଷ ସୂତ୍ରରୁ ଖବର ପାଇ ଭଞ୍ଜନଗର ପୋଲିସ ସହରର ନାହାତୁଠ ସାହି ରେ ରହିଥିବା ଦେଶୀ ଭାଟି ଉପରେ ଅତର୍କିତ ଭାବେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ପୋଲିସ ୨୮୦ଲିଟର ଦେଶୀ ମହୁଲି ଜବତ କରି ୫୦୦୦ ପୋଚ ନଷ୍ଟ କରିଛି। ଏ ନେଇ ୯ ଜଣଙ୍କୁ ଗିରଫ କରିବା ସହ ସମସ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିବା ସୂଚନା ଦେଇଛନ୍ତି ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here