ପ୍ଲାଜମା ଦାନ ମହତ୍ ଦାନ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଫେରିଥିବା ବ୍ୟକ୍ତି ପ୍ଲାଜମା ଦାନ କରନ୍ତୁ

0
335

ଛତ୍ରପୁର(ନ୍ୟୁଜଏକ୍ସଟ୍ରା)ଆଇସିଏମ୍ଆର୍ ଓ ସରକାରଙ୍କ ଦ୍ବାରା ପ୍ଲାଜମା ଥେରାପି କରି କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା କରିବାକୁ ଅନୁମତି ପ୍ରଦାନ କରାଯାଇଅଛି । ଏହାର ଚିକିତ୍ସା ପଦ୍ଧତି ଓଡିଶାରେ ଆରମ୍ଭ କରାଯାଇଛି ଓ କରୋନା ସଂକ୍ରମିତ ବ୍ୟକ୍ତି ପ୍ଲାଜମା ଥେରାପି ପଦ୍ଧତି ରେ ଚିକିତ୍ସିତ ହୋଇ ସୁସ୍ଥ ହୋଇ ପାରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ପ୍ଲାଜମା ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରାଯିବାର କାର୍ଯ୍ୟକ୍ରମ ରହିଛି । କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହୋଇ ଫେରୁଥିବା ବ୍ୟକ୍ତି ବିଶେଷଙ୍କ ଠାରୁ ପ୍ଲାଜମା ସଂଗ୍ରହ କରାଯିବ । ଜଣେ ସୁସ୍ଥ ହୋଇ ଫେରିଥିବା ବ୍ୟକ୍ତିଙ୍କର ପ୍ଲାଜମା ଦ୍ବାରା ଦୁଇ ଜଣ କରୋନା ସଂକ୍ରମିତ ବ୍ୟକ୍ତି ଉପକୃତ ହୋଇପାରିବେ ।
କରୋନାରୁ ସୁସ୍ଥ ହୋଇ ଫେରିଥିବା ବ୍ୟକ୍ତିଙ୍କୁ ପ୍ଲାଜମା ଦାନ କରିବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ସମଗ୍ର ଓଡିଶାର ଗଞ୍ଜାମ ଜିଲ୍ଲାରୁ ହିଁ ଅଧିକ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇ ପେରିଛନ୍ତି, ତେଣୁ ଏହି ଜିଲ୍ଲାରୁ ଅଧିକ ସଂଖ୍ୟକ ପ୍ଲାଜମା ସଂଗ୍ରହ ହୋଇପାରିବ । ଏଥି ସକାଶେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ଚିକିତ୍ସା ମୁଖ୍ୟ ଓ ଜନସ୍ବାସ୍ଥ୍ୟ ଅଧିକାରୀ, ସଚ୍ଚିବ ବ୍ରହ୍ମପୁର ଉନ୍ନୟନ ସଂସ୍ଥା, ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ଏକ ପତ୍ର ମାଧ୍ୟମରେ କରୋନାରେ ଆକ୍ରାନ୍ତ ହୋଇ ଫେରିଥିବା ସୁସ୍ଥ ବ୍ୟକ୍ତିଙ୍କ ବ୍ଳଡ୍ ଗୃପ୍ ଓ ତାଙ୍କର ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା ନିମନ୍ତେ ଜିଲ୍ଲାପାଳ ଏକ ପତ୍ର ମାଧ୍ୟମରେ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here