ଓଁ ଶାନ୍ତି ପକ୍ଷରୁ ପବିତ୍ର ରକ୍ଷା ବନ୍ଧନ ମହୋତ୍ସବ

0
169

ପୋଲସରା: ପୋଲସରା ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ଵରୀୟ ବିଶ୍ଵବିଦ୍ୟାଳୟ, ଶିବ ସନ୍ଦେଶୀ ଭବନରେ ମଙ୍ଗଳବାର ଦିନ ପବିତ୍ର ରକ୍ଷା ବନ୍ଧନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେବା କେନ୍ଦ୍ରର ମୁଖ୍ୟ ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମ କୁମାରୀ ରିତା ଭଉଣୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇ ପ୍ରଦ୍ବୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ପବିତ୍ର ରକ୍ଷା ବନ୍ଧନ କାର୍ଯ୍ୟକ୍ରମରେ ପୋଲସରାର ଜୟ ଜଗନ୍ନାଥ ଅଟୋ ଚାଳକ ସଂଘ ଓ ରତନି ଅଟୋ ଚାଳକ ସଂଘ ସମେତ ସ୍ଥାନୀୟ ଅଞ୍ଚଳର ଶ୍ରଦ୍ଧାଳୁ ମାନେ ଉପସ୍ଥିତ ଥିଲେ । ବ୍ରହ୍ମା କୁମାରୀ ରୀତା ଭଉଣୀ ପରମାତ୍ମାଙ୍କ ପରିଚୟ ଓ ରାକ୍ଷୀର ମହତ୍ତ୍ଵ ସରଳ ଭାବରେ ବୁଝାଇଥିଲେ। ସେ ବାର୍ତ୍ତା ଦେଇଥିଲେ ଯେ ଆମେ ସମସ୍ତେ ଭଗବାନଙ୍କ ସନ୍ତାନ । ଭାଇ ଭଉଣୀର ସମ୍ପର୍କ ଅତି ପବିତ୍ର। ରକ୍ଷା ବନ୍ଧନ ପର୍ବ ଏହି ସଂପର୍କକୁ ମଜବୁତ୍ କରିଥାଏ। ଏହି ଅବସରରେ ଉପସ୍ଥିତ ସମସ୍ତ ଭାଇମାନଙ୍କୁ ବ୍ରହ୍ମା କୁମାରୀ ଭଉଣୀ ମାନେ ରାକ୍ଷୀ ବାନ୍ଧି ସେମାନଙ୍କ ଶୁଭ କାମନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ଭଉଣୀ, ନୀଳମାଧବ ଆଚାରୀ, ବଳରାମ ଭାଇ, ଦୀପ୍ତି ଭଉଣୀ, ସୁନୀତା ଭଉଣୀ, ତପସ୍ଵିନୀ ଭଉଣୀ , ବବିତା ଭଉଣୀଙ୍କ ସମେତ ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here