ବ୍ରହ୍ମପୁର ସୀମା ସିଲ

0
1025

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) ବ୍ରହ୍ମପୁର ସହରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବ୍ରହ୍ମପୁର ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି।ଆଜି କମିଶନର ଶ୍ରୀ ଚକ୍ରବର୍ତ୍ତୀ ସିଂ ରାଠୋର ଏବଂ ଏସପି ଶ୍ରୀ ପିନାକ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ସହର ସୀମା ସିଲ୍‌ ଘୋଷଣା କରିଛନ୍ତି।

ସୂଚନା ଅନୁଯାୟୀ,ଆସନ୍ତାକାଲି ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବ୍ରହ୍ମପୁର ସୀମାକୁ ସିଲ୍ ଘୋଷଣା କରାଯାଇଛି। ସହରର ଚାରି ଦିଗ ବନ୍ଦ ରହିବ । ତେଣୁ ସହର ଭିତରକୁ କୌଣସି ଲୋକ ଯିବାଆସିବା କରିପାରିବେ ନାହିଁ। ଏଥିସହିତ ସହର ଭିତରେ ମଧ୍ୟ କେବଳ ଅତ୍ୟାବଶ୍ୟକ ଦୋକାନକୁ ଛାଡ଼ି ଅନ୍ୟ କୌଣସି ଦୋକାନ ଖୋଲା ରହିପାରିବ ନାହିଁ। ଏବଂ ରାଜ୍ୟ ସରକାରଙ୍କ ନିୟମ ମୁତାବକ କେବଳ ଗଣମାଧ୍ୟମ ଓ ଜରୁରୀ ସେବାରେ ଥିବା କର୍ମଚାରୀମାନେ ଯିବା ଆସିବା କରିପାରିବେ।ରେଳ ବିମାନ ଟିକଟ ଥିବା ଯାତ୍ରୀଙ୍କୁ ଯିବା ଆସିବା ପାଇଁ ସୁଯୋଗ ଦିଆଯିବ ବ୍ରହ୍ମପୁର ସହର ମଧ୍ୟରେ କରୋନା ସଂକ୍ରମଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ସହରରେ ଥିବା ୮ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଫିଭର କ୍ଲିନିକ କରାଯାଇଛି । ସେଠାରେ ଲକ୍ଷଣ ଥିବା ଲୋକଙ୍କ ଆଣ୍ଟିଜେନ ଟେଷ୍ଟ ହୋଇପାରିବ ବୋଲି କମିଶନର କହିଛନ୍ତି।

LEAVE A REPLY

Please enter your comment!
Please enter your name here