ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଚାରିଟେବୁଲ ଟ୍ରଷ୍ଟ ଓ ନିଶିଗନ୍ଧା ସାହିତ୍ୟ ସଂସଦ ପକ୍ଷରୁ ନୂତନ ସଭ୍ୟଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ

0
226

ବ୍ରହ୍ମପୁର : ଆଜି ସନ୍ଧ୍ୟା 8ଟା 30 ମିନିଟ୍ ସମୟରେ ଗୁଗଲ ମିଟ୍ ଜରିଆରେ ସଭାପତି ଡଃ ରଜନୀ ରଞ୍ଜନ ଦାସଙ୍କ ସଭାପତିତ୍ବରେ ତଥା ପ୍ରତିଷ୍ଠାତା ବଳରାମ ତରାଇ ଙ୍କ ଆହ୍ବାନ କ୍ରମେ ନୂତନ ଭାବେ ଯୋଗ ଦେଇଥିବା ସଭ୍ୟ ମାନଙ୍କର ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ଢେଙ୍କାନାଳ ଜିଲ୍ଲା ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ଗଣିତ ଓ ବିଜ୍ଞାନ ଶିକ୍ଷକ ଡଃ ଦେବି ପ୍ରସାଦ ମିଶ୍ର, ସୋନପୁର ଜିଲ୍ଲା ର ଡଃ ଅନ୍ତର୍ଯ୍ୟାମୀ ତ୍ରିପାଠୀ ଓ ନୁଆଁପାଟଣା ର ଛାତ୍ର ସୁଦର୍ଶନ ଗିଲି ଆଦି ତିନିଜଣ ସାହିତ୍ୟ ସାଧକ ତଥା ସାହିତ୍ୟ ପ୍ରେମୀ ନିଶିଗନ୍ଧା ସାହିତ୍ୟ ସଂସଦ ସହିତ ନିଜକୁ ଯୋଡ଼ିଛନ୍ତି।ତେଣୁ ନିଶିଗନ୍ଧା ପରିବାର ର ସମସ୍ତ ନୀତି ନିୟମକୁ ମାନି ବିଧିବଦ୍ଧ ଭାବରେ ନିଷ୍ଠାପର ସହିତ ନିଶିଗନ୍ଧା ରୂପକ ସାହିତ୍ୟ ଆନ୍ଦୋଳନକୁ ସଫଳତାର ଶୀର୍ଷରେ ପହଞ୍ଚାଇବା ପାଇଁ ଶପଥ ଗ୍ରହଣ କରିଥିଲେ।ଉପସଭାପତି ଅଦ୍ଭୋକେଟ୍ ଡଃ ଚିତ୍ତରଞ୍ଜନ ନନ୍ଦ ଏହି ଶପଥ ପାଠ କରାଇଥିବା ବେଳେ ରାଜ୍ୟ ସଂଯୋଜକ ଶ୍ରୀ ଯୁଧିଷ୍ଠିର ମୁଦୁଲି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବ୍ରହ୍ମନାଦ ଓଁ କାର ରୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।ରାଜ୍ୟ କୋର୍ କମିଟି ର ନିଷ୍ପତି ତଥା ସମସ୍ତଙ୍କ ସହମତି କ୍ରମେ ଡଃ ଦେବୀ ପ୍ରସାଦ ମିଶ୍ର ଙ୍କୁ ପର୍ଯ୍ୟବେକ୍ଷକ,ଡଃ ଅନ୍ତର୍ଯ୍ୟାମୀ ତ୍ରିପାଠୀଙ୍କୁ ସହ ସମ୍ପାଦକ ଓ ସୁଦର୍ଶନ ଗିଳି ଙ୍କୁ ଏଡ଼ିଟର ବୋର୍ଡ ର ସଦସ୍ୟ ଭାବରେ ଦାୟିତ୍ଵ ଦିଆଗଲା। ନିଶିଗନ୍ଧା ପରିବାର ପକ୍ଷରୁ ଏହି ନୂତନ କର୍ମକର୍ତ୍ତା ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅର୍ଚ୍ଚନା ଦାଶ,ଗଣେଶ ଚନ୍ଦ୍ର ଜେନା, ପୁଷ୍ପଲତା ସାହୁ, ଅନୁସୂୟା ଦେବତା,ଭଗବାନ ଓତା,ଜ୍ୟୋତିରଂଜନ ଦାଶ,ନୀଳମଣି ଥାପା,ଜମ୍ବେଶ୍ଵର ଦଳାଇ, ଗୋଦାବରୀ ଦାସ, ପ୍ରମୁଖଙ୍କ ସହ 40ଜଣ ସଦସ୍ୟ ଯୋଗ ଦେଇଥିଲେ।ଶେଷରେ ରାଜ୍ୟ ବିଚାରକ ଦାୟିତ୍ୱରେ ଥିବା ଶ୍ରୀ କୈଳାଶ ଚନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ :ଦୀପକ ପଣ୍ଡା

LEAVE A REPLY

Please enter your comment!
Please enter your name here