ରାଜ୍ୟରେ ବରିଷ୍ଠ ନାଗରିକଙ୍କ ପାଇଁ ଆକ୍ସନ ପ୍ଲାନ୍‌

0
312

ଭୁବନେଶ୍ୱର:ବରିଷ୍ଠ ନାଗରିକଙ୍କ ପାଇଁ କେନ୍ଦ୍ରର ସ୍ବତନ୍ତ୍ର ଯୋଜନାକୁ ରାଜ୍ୟ ସରକାର ସହମତି ପ୍ରକାଶ କରିଛନ୍ତି। ଏ ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି।
ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ କରାଯିବ । ଏହି ପ୍ଲାନରେ ମୋବାଇଲ ଭ୍ୟାନ ଯୋଗେ ବରିଷ୍ଠ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଦିଆଯିବ । ଏହାସହ ଅନ୍ୟ ୫ ପ୍ରକାରରେ ସେବା ଯୋଗାଇବା ପାଇଁ ଯୋଜନା ରଖାଯାଇଛି । ଏଥିପାଇଁ ୯କୋଟିରୁ ଉର୍ଦ୍ଧ ଟଙ୍କାର ବ୍ୟୟ ବରାଦ କରାଯାଇଛି । ରାଜ୍ୟର ପ୍ରାୟ ୧୦ଲକ୍ଷ ବରିଷ୍ଠ ନାଗରିକ ଏଥିରେ ଉପକୃତ ହେବେ । ବରିଷ୍ଠ ନାଗରିକଙ୍କ ପାଇଁ କେନ୍ଦ୍ର ସରକାର ଏହି ସ୍ୱତନ୍ତ୍ର ଯୋଜନା କରିଛନ୍ତି ।ଅକ୍ଟୋବରରୁ ବରିଷ୍ଠ ନାଗରିକଙ୍କ ପାଇଁ ଏହି ଆକ୍ସନ ପ୍ଲାନର ହେଲ୍ପ ଲାଇନ ନମ୍ବର ଜାରି କରାଯିବ ।

LEAVE A REPLY

Please enter your comment!
Please enter your name here