ସି.ସି.ଏଚ.ଆର ର ବ୍ରହ୍ମପୁରର ନଗର ଅଧ୍ୟକ୍ଷ ଭାବେ ଶ୍ରୀଯୁକ୍ତ ସତ୍ୟଚେତନ ପରିଡା ମନୋନୀତ

0
392

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ)ରଷ୍ଟ୍ରୀୟ ମାନବାଧିକାର ପରିଷଦର ବ୍ରହ୍ମପୁର ନଗର ଅଧ୍ୟକ୍ଷ ଭାବେ ମନୋନୀତ ହେଲେ ବ୍ରହ୍ମପୁରର ଶ୍ରୀଯୁକ୍ତ ସତ୍ୟ ଚେତନ ପରିଡା । ଏହି ପଦ ପାଇଁ ଜାତୀୟ ମାନବାଧିକାର କେନ୍ଦ୍ରୀୟ ଅଧ୍ୟକ୍ଷ ଦେବ ପ୍ରସାଦ ଯୋଗୀ ମନୋନୀତ କରିଛନ୍ତି । ଏହି ମନୋନୀତ ପରେ ଶ୍ରୀଯୁକ୍ତ ପରିଡାଙ୍କୁ ଓଡିଶା ପ୍ରଦେଶ ଅଧ୍ୟକ୍ଷ ରଷ୍ଟ୍ରୀୟ ପ୍ରବକ୍ତା ଡା. ଭବାନୀ ଶଙ୍କର ଦାଶ , ଓଡିଶା ରାଜ୍ୟ ଅଧ୍ୟକ୍ଷା ଶ୍ରୀମତି ବବିତା ପାତ୍ର , ଓଡିଶା ପ୍ରଦେଶର ଉପ ସଭାପତି ଲିଙ୍ଗରାଜ ସେନ , ଶ୍ରୀ ଅଜୟ ଦ୍ୱିବେଦୀ , ରଷ୍ଟ୍ରୀୟ ବିଧୀ ସଚିବ ବିଶ୍ୱ ରଞ୍ଜନ ଦାଶ , ଓଡିଶା ପ୍ରଦେଶ ଅଧ୍ୟକ୍ଷା ମହିଳା ସଂରକ୍ଷଣ ସମିତି ଶ୍ରୀମତି ଯଶ୍ୱସିନୀ ବଳ , ରାଜ୍ୟ ପ୍ରଦେଶ ପ୍ରବକ୍ତା ରମାକାନ୍ତ ରଥ , ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପରେଶ ଚନ୍ଦ୍ର ରଥ ପ୍ରମୁଖ ଶୁଭେଚ୍ଛା ଜଣାଇଥିଲେ । ଶ୍ରୀ ପରିଡା ନଗର ଅଧ୍ୟକ୍ଷ ଭାବେ ଯୋଗଦେବା ପରେ ଅବହେଳିତ କାର୍ଯ୍ୟ ଗୁଡିକୁ ତଦାରଖ କରିବା ସହ ଗରିବ ଓ ନିଷ୍ପେସିତମାନଙ୍କୁ ସେମାନଙ୍କର ଅଧିକାର ଦେବା ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here