ବୟସର ସାୟନରେ ହାରି ନାହାନ୍ତି କାଳିଆ, ସରକାରୀ ସହାୟତା ପାଲଟିଛି ସାତ ସପନ

0
361

ଭଞ୍ଜନଗର(ନିଲୁ ବିଶୋଇ)ବୁଢି ବୟସରେ କୁଆଡ଼େ ଯିବି ବାବୁ ! ସରକାର ମୋର ଗୁହାରି ଶୁଣିଲେ ନାହିଁ । ବାଧ୍ୟ ହୋଇ ଝାଟି ମାଟି ଘରେ ଜୀବନ ଅତିବାହିତ କରୁଛି । ଏହିଭଳି କୋହ ଭରା କଣ୍ଠରେ ନିଜର ଦୁଃଖ ବଖାଣିଛନ୍ତି ଭଞ୍ଜନଗର ବ୍ଲକ ଅନ୍ତର୍ଗତ ମୁଜାଗଡ ହରିଜନ ସାହିର କାଳିଆ ନାୟକଙ୍କ ମୁହଁରୁ । ବୟସ ପାଖାପାଖି ୯୦ । ଆଖିକୁ ଠିକ୍ ସେ ଦେଖା ବି ଯାଉନି । ବୟସର ସାୟନରେ ଅଣ୍ଟା ବି ଭାଙ୍ଗି ପଡ଼ିଛି । ତଥାପି ବଞ୍ଚିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି । ପୁଅ ଓ ସ୍ୱାମୀ ଆରପାରିକୁ ଚାଲି ଯାଇଥିବା ବେଳେ କାଳିଆ ଏକାକୀ ଜୀବନ ବିତାଉଛନ୍ତି । କିନ୍ତୁ ଜୀବନର ସଂଘର୍ଷରେ ହାର ମାନି ନାହାନ୍ତି ବୃଦ୍ଧା କାଳିଆ । କିନ୍ତୁ କାଳିଆଙ୍କ ଜୀବନ ଦୁଃଖ ଦୁର୍ଦ୍ଦିନରେ କଟୁଥିବା ବେଳେ ସରକାରୀ ସହାୟତା ତାଙ୍କ ପାଇଁ ଯେମିତି ସାତ ସପନ ପାଲଟିଛି । କାଳିଆ ନାଇକଙ୍କ କହିବାନୁଯାୟୀ, କେବଳ ବାର୍ଦ୍ଧକ୍ୟ ଭତ୍ତାକୁ ଛାଡ଼ି ଦେଲେ ଅନ୍ୟ କୌଣସି ସରକାରୀ ସହାୟତା ତାଙ୍କୁ ମିଳୁ ନାହିଁ । ରାସନ୍ କାର୍ଡ଼ ଓ ଘର ଖଣ୍ଡିକ ପାଇଁ ବାରମ୍ବାର ଗୁହାରି କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନାହିଁ । ତେବେ ରାଜ୍ୟ ସରକାର ଗରିବ ମୁହଁରେ ହସ ଫୁଟାଇବା ପାଇଁ ନାନାବିଧ ଯୋଜନା କରିଥିଲେ ସୁଦ୍ଧା କାଳିଆ ନାଇକଙ୍କ ତାହା ପ୍ରହସନ ପାଲଟିଛି । ଏଭଳି ପରିଣତ ବୟସରେ ଜଣେ ବୃଦ୍ଧାଙ୍କୁ କୌଣସି ସରକାରୀ ସହାୟତା ନ ମିଳିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ସାଧାରଣରେ ଚର୍ଚ୍ଚା ହୋଇଛି ।

LEAVE A REPLY

Please enter your comment!
Please enter your name here