ଦୁଇ ଭଉଣୀଙ୍କ ମୃତ୍ୟୁ; କାରଣ ଅସ୍ପଷ୍ଟ

0
441

ଭଞ୍ଜନଗର(ନିଲୁ ବିଶୋଇ)ସୋରଡ଼ା ବ୍ଲକରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି |ଗୋଟିଏ ପରିବାରର ଦୁଇ ଝିଅର ମୃତ୍ୟୁବରଣ କରିଛନ୍ତି | ସୋରଡ଼ାର ପୁଷ୍ପନଗରରେ ରହୁଥିବା ସୁଧାଂଶୁ ପାତ୍ରଙ୍କ ଦୁଇ ଝିଅ ସ୍ନେହଲତା ପାତ୍ର (୧୦) ଓ ସୁଜ୍ଞାନୀ ପାତ୍ର (୬) ଦୁହିଁଙ୍କର ମୃତ୍ୟୁ ଘଟିଛି | ସ୍ନେହଲତା ୫ମ ଶ୍ରେଣୀରେ ପାଠ ପଢୁଥିଲେ ଓ ସୁଜ୍ଞାନୀ ଅଙ୍ଗନବାଡିରେ ପଢୁଥିଲେ |ସୂଚନାନୁସାରେ ସୁଧାଂଶୁଙ୍କ ତିନୋଟି ଝିଅ ଗତକାଲି ରାତିରେ ଖାଇବା ପରେ ଘରେ ଗୋଟିଏ କୋଠରୀରେ ତିନି ଝିଅ ସହ ତାଙ୍କ ସ୍ତ୍ରୀ ଶୋଇଥିଲେ ସୁଧାଂଶୁ ଘର ବାରଣ୍ଡାରେ ଶୋଇଥିଲେ | ସକାଳ ୫ ଟା ସମୟରେ ତିନିଝିଅରୁ ଦୁଇ ଝିଅ ସ୍ନେହଲତା ଓ ସୁଜ୍ଞାନୀ ଦୁହେଁ ଛାତି ଓ ଗଳାରେ ପ୍ରବଳ ଯନ୍ତ୍ରଣା ଅନୁଭବ କରି ତାଙ୍କ ମାଙ୍କୁ ଜଣାଇଥିଲେ |ସ୍ତ୍ରୀ ଆସି ସୁଧାଂଶୁଙ୍କୁ ଉଠାଇବା ପରେ ଆସି ଦେଖିଥିଲେ ଦୁଇ ଝିଅ କାନ୍ଦୁଛନ୍ତି ଓ ତାପରେ ଭଞ୍ଜନଗର ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ଚିକତ୍ସା ପାଇଁ ଆଣିଥିଲେ| ହେଲେ ଦୁଇ ଝିଅଙ୍କୁ ଡାକ୍ତର ଏଠାରେ ମୃତ ଘୋଷଣା କରିଥିଲେ | ମୃତ ହୋଇଥିବା ଶୁଣିବା ପରେ ବାପା ମା’ ଙ୍କ କାନ୍ଦ ବୋବାଳି ରେ ଡାକ୍ତରଖାନା କମ୍ପି ଉଠିଥିଲା |ପରିବାର ଲୋକେ ଗୋଟିଏ ଦିନରେ ଏକକାଳୀନ ଦୁଇ ଝିଅଙ୍କ ମୃତ ଖବର ଶୁଣି ଉଭୟ ସୁଧାଂଶୁ ଓ ତାଙ୍କ ସ୍ତ୍ରୀ ଦୁଃଖରେ ଭାଙ୍ଗିପଡିଥିଲେ | ଦୁଇ ଝିଅଙ୍କ ଅକାଳ ମୃତ ଖବର ପାଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି | ପୋଲିସ ଶବକୁ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଚଳାଇଥିବା ଜଣାପଡିଛି |

LEAVE A REPLY

Please enter your comment!
Please enter your name here