ମର୍ଦ୍ଦରାଜ ଶିକ୍ଷକ ଭବନ ଓ ଭି.ସୁଜ୍ଞାନ କୁମାରୀ ଦେଓ ପାଠାଗାର ଉଦଘାଟିତ

0
313

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ) ଖଲ୍ଲିକୋଟ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ବହୁ ପ୍ରତୀକ୍ଷିତ ମର୍ଦ୍ଦରାଜ ଶିକ୍ଷକ ଭବନ ଆଜି ଉଦଘାଟିତ ହୋଇଯାଇଛି । ଏହା ସହ ଭି.ସୁଜ୍ଞାନ କୁମାରୀ ଦେଓ ପାଠାଗାର ମଧ୍ୟ ଉଦଘାଟିତ ହୋଇଥିବା ବେଳେ ପରିସର ମଧ୍ୟରେ ଅତିଥି ମାନେ ଚାରା ରୋପଣ କରିଥିଲେ । ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବାକୁ ଆସିଥିବା ଆସିକା ସାଂସଦ ପ୍ରମିଳା ବିଷୋୟୀ ମର୍ଦ୍ଦରାଜ ଶିକ୍ଷକ ଭବନ କୁ ଉଦଘାଟନ କରିଛନ୍ତି । ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲେଇ, ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷା ମିନାକ୍ଷୀ ସାହୁ, ବ୍ଲକ ଯୁବ ବିଜେଡି ସଭାପତି ଦୟାନିଧି ସାହୁ, ଯୁବନେତା ଦୈତାରି ବେହେରା, ରତ୍ନାକର ସାହୁ, ରାମମୋହନ ପଣ୍ଡା ଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଉତ୍ସବ ରେ ଉପସ୍ଥିତ ଥିଲେ । ଶିକ୍ଷକ ଭବନ ପ୍ରତିଷ୍ଠା ନେଇ ଖଲ୍ଲିକୋଟ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ର ବହୁ ଦିନର ଆଶା ଆଜି ପୂରଣ ହେଲା ବୋଲି ବହୁ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here