ନିଷିଦ୍ଧାଞ୍ଚଳରେ ବେଫିକର ହୋଇ ବୁଲୁଛନ୍ତି ଅମାନିଆ ; ଗଣୁଛନ୍ତି ତଣ୍ଡ

0
405

ଭଞ୍ଜନଗର(ନିଲୁ ବିଶୋଇ)ଭଞ୍ଜନଗର ସହରର ଦୁଇଟି ୱାଡ଼କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହ ଆଖପାଖ ସମସ୍ତ ଅଞ୍ଚଳକୁ ବଫର ଜୋନ ପରିସର ଭୁକ୍ତ କରାଯାଇଛି। ଅତି ଆବଶ୍ୟକ ନଥିଲେ ଘରୁ ନ ବାହାରିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ସବୁ ନିୟମକୁ ଫୁ କରି ଖୁଲମଖୁଲା ଅମାନିଆ ବୁଲୁଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଭଞ୍ଜନଗର ଅଞ୍ଚଳକୁ କୋରନା ମୁକ୍ତ କରିବା ପାଇଁ ଶତଚେଷ୍ଟା କରାଯାଉ ଥିବା ବେଳେ କିଛି ଅମାନିଆ ବିନା କାରଣରେ ମୋଟର ସାଇକେଲ ଓ ଚାଲିଚାଲି ବାହାରେ ବୁଲିବାକୁ ଆସୁଛନ୍ତି। ଏଥି ସହିତ ପୋଲିସ ପ୍ରଶାସନ ପକ୍ଷରୁ ଚେକିଂ ଓ ରାସ୍ତାବ୍ଳକ କରାଯାଇ ଅମାନିଆଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। କିନ୍ତୁ ଅମାନିଆ ମାନେ ସବୁ ନିୟମକୁ ଫୁ କରିଦେଇ ଏଣେ ତେଣେ ବେଫିକର ହୋଇ ବୁଲୁଛନ୍ତି। ବିଶେଷ କରି ଗ୍ରାମାଞ୍ଚଳ ମାନଙ୍କରେ ଲୋକ ମାନେ ଗୋଷ୍ଟି ହୋଇ ଖଟି କରି ତାସ୍ ଖେଳୁଥିବା ନଜରକୁ ଆସୁଛି। ଫଳରେ ଅମାନିଆଙ୍କ ଏହି ଭଳି କାଯ୍ୟ ପାଇଁ କୋରନା ସଂକ୍ରମଣ ବୃଦ୍ଧି ପାଇବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ପ୍ରଶାସନ ପକ୍ଷରୁ ସଚେତନ ଓ ଜରିମାନା ସତ୍ୱେ ମଧ୍ୟ ଅମାନିଆ ମାନେ ଖାତିର ନକରି ବୁଲୁଥିବା ଦେଖିବାକୁ ମିଳୁଛି। ଯଦି ଜରିମାନା ଆଦାୟରେ ସୀମିତ ନରହି ପ୍ରଶାସନିକ ସ୍ତରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ଅମାନିଆ ମାନେ ନିୟମ ଉଲଘଂନ ନକରି ନିୟମ ମାନି ଚଳିବେ ବୋଲି ବୃଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି। ଅପରପକ୍ଷରେ ଗତକାଲି ଲାଲସିଂ କଣ୍ଟେନମେଣ୍ଟ ଜୋନ ଘୋଷଣା ହେବା ପରେ ରାଶନ ସାମଗ୍ରୀ ଦୋକାନ ଗୁଡିକରେ ଭିଡ଼ ପରିଲକ୍ଷିତ ହୋଇଥିଲା। ପରିସ୍ଥିତି କୁ ଦେଖି ଲୋକ ମାନେ ଅଧିକ ସାମଗ୍ରୀ କିଣୁଥିବା ବେଳେ ରାଶନ ସାମଗ୍ରୀ ଠିକ ସେ ମିଳି ପାରୁନାହିଁ । କିଛି ଦୋକାନୀ ଏହାର ଫାଇଦା ଉଠାଇ ଚଢାଦର କଶୁଥିବା ଜଣାପଡିଛି। ଯଦି ପ୍ରଶାସନ କିଛି ପଦକ୍ଷେପ ଗ୍ରହଣ ନକରେ ତା ହେଲେ ଆଗାମୀ ଦିନରେ ନିଷିଦ୍ଧାଞ୍ଚଳରେ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେବେ ।

LEAVE A REPLY

Please enter your comment!
Please enter your name here