ଶ୍ରାବଣର ପ୍ରଥମ ସୋମବାର ; ଭକ୍ତ ଶୂନ୍ୟ ଭଞ୍ଜନଗରର ସମସ୍ତ ଶୈବପୀଠ

0
332

ଭଞ୍ଜନଗର(ନିଲୁ ବିଶୋଇ)ଶ୍ରାବଣ ମାସର ପ୍ରଥମ ସୋମବାରରେ ଭଞ୍ଜନଗର ସହର ବେଲେଶୂର ଶିବ ମନ୍ଦିର ସମେତ ଗ୍ରାମାଞ୍ଚଳରେ ରହିଥିବା ସମସ୍ତ ଶୈବ ପୀଠ ମାନଙ୍କରେ ଭକ୍ତ ମାନଙ୍କ ପ୍ରବଳ ସମାଗମ ହୋଇଥାଏ। ହେଲେ ଚଳିତ ବର୍ଷ କୋରନା କଟକଣା ଯୋଗୁଁ କାଉଡ଼ିଆ ଯାତ୍ରା ଉପରେ ରୋକ ଲାଗିଛି। ବିଶେଷ କରି ଏହି ମାସରେ ବୋଲବମ୍ ଭକ୍ତ ମାନେ ବିଭିନ୍ନ ଶୈବପୀଠ ରେ ଜଳଲାଗି କରିଥାନ୍ତି। କିନ୍ତୁ ଏଥର କୋରନା ଲାଗି ପରିସ୍ଥିତି ଭିନ୍ନ ରହିଛି। ସେଥିପାଇଁ ଆଜି ପ୍ରଥମ ସୋମବାର ରେ ଭଞ୍ଜନଗର ସହରରେ ଥିବା ପ୍ରସିଦ୍ଧ ଵେଲେସ୍ଵର ଶୈବପୀଠ ମହାଦେବଙ୍କ ପାଖରେ ଆଉ ହଜାର ହଜାର କାଉଡିଆ ଆସି ଜଳଲାଗି କରିନାହାନ୍ତି। ସେହିପରି ଭଞ୍ଜନଗର ଅଂଚଳର ପ୍ରସିଦ୍ଧ ଢୁଢୁଆ ଶିଵ ମନ୍ଦିର , ବଡ଼କୋଦଣ୍ଡା ଶିଵ ମନ୍ଦିର , ସାନକୋଦଣ୍ଡା ଶିବ ମନ୍ଦିର ଓ ବାପାଙ୍ଗି ଶିଵ ମନ୍ଦିର ଆଦି ଶୈବପୀଠ ଭକ୍ତ ଶୂନ୍ୟ ରହିଥିଲା। କେବଳ ପୂଜାରୀ ପ୍ରଭୁଙ୍କ ନୀତି ଅନୁସାରେ ପୂଜାପାଠ ସମ୍ପୂର୍ଣ୍ଣ କରିଥିବା ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here