ଚନ୍ଦନପୁର ଉପ-ନିର୍ବାଚନ ପାଇଁ ବାଜିଲା ବିଗୁଲ

0
267

ବେଗୁନିଆପଡା(ନ୍ୟୁଜ ଏକ୍ସଟ୍ରା)ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର ସମିତିସଭ୍ୟ ପଦବୀ ପାଇଁ ଉପନିର୍ବାଚନ ତାରିଖ ଘୋଷଣା ହୋଇଛି।ବେଗୁନିଆପଡା ବ୍ଲକ ପ୍ରଶାସନର ନିର୍ଦ୍ଦେଶନାମା ପ୍ରକାରେ ଆସନ୍ତା ଅପ୍ରେଲ 28ତାରିଖ ଦିନ ଏହି ନିର୍ବାଚନ ହେବା ପାଇଁ ତାରିଖ ଘୋଷଣା ହୋଇଥିବା ବେଳେ ମାର୍ଚ୍ଚ 30,31 ଓ ଅପ୍ରେଲ 5 ତାରିଖ ଦାଖଲ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ଅପ୍ରେଲ 7 ତାରିଖ ଯାଞ୍ଚ ପାଇଁ ତାରିଖ ଠିକ ହୋଇଥିବା ବେଳେ ଅପ୍ରେଲ 9 ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାର ର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି।ଏ ସମ୍ପର୍କିତ ନିର୍ଦ୍ଦେଶନାମା ବ୍ଲକ ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି ।ଚନ୍ଦନପୁର ପଂଚାୟତର ପୂର୍ବତନ ସମିତିସଭ୍ୟ ସ୍ବର୍ଗତ ସୁବଳ ସାହୁ ଗତ ସେପ୍ଟେମ୍ବର 6 ତାରିଖ ରେ ମୃତ୍ୟୁବରଣ କରିବା ପରେ ଏହି ପଦବୀ ଖାଲି ପଡିଥିଲା ।

ରିପୋର୍ଟ :ଦେବାଶିଷ ମହାରଣା

LEAVE A REPLY

Please enter your comment!
Please enter your name here