କଣ୍ଟେନମେଣ୍ଟ ଜୋନରେ ଗୋଲାପଡ଼ା ଓ ଲାଲସିଂଙ୍ଗ

0
483

ଭଞ୍ଜନଗର(ନିଲୁ ବିଶୋଇ)ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଲାଲସିଙ୍ଗ ପଞ୍ଚାୟତର ଲାଲସିଙ୍ଗ ଏବଂ ଲଣ୍ଡେଇ ସାହିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଉକ୍ତ ପଞ୍ଚାୟତ ର ରାଜକୁଣ୍ଡୁ ଓ ଛେଦାଭୂମି ଗ୍ରାମ ଏବଂ ଲଣ୍ଡେଇ ସାହି ନିକଟସ୍ଥ ଏନ.ଏ.ସି ର ୧୦ ଓ ୧୪ନଂ ୱାର୍ଡକୁ ବଫର ଜୋନ ପରିସର ଭୁକ୍ତ କରାଯାଇଛି।ସେହିପରି ଗୋଲାପଡା ପଞ୍ଚାୟତର ଗୋଲାପଡା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ପରିସର ଭୁକ୍ତ କରାଯିବା ସହିତ ଉକ୍ତ ଗ୍ରାମ ଆଖପାଖ ର ଗୋପୀନାଥ ପୁର ଏବଂ ଆଗୁଳପଡା ଗ୍ରାମକୁ ବଫର ଜୋନ ପରିସର ଭୁକ୍ତ କରାଯାଇଛି। ଉପରୋକ୍ତ ଦୁଇ ପଂଚାୟତର କଣ୍ଟେନମେଣ୍ଟ ଜୋନ ଅଞ୍ଚଳରେ ଦୋକାନ ବଜାର, ଗାଡ଼ି ମଟର ଓ ଲୋକମାନଙ୍କ ଚଳପ୍ରଚଳ ଉପରେ ପ୍ରଶାସନ ପକ୍ଷରୁ କଟକଣା ଲଗାଯିବା ସହ ନଜର ରଖାଯାଇଛି। ସୂଚନାଯୋଗ୍ୟ ଯେ ପୂର୍ବରୁ ଭଞ୍ଜନଗର ବ୍ଳକର ଝାଳିଆଗୋଛା, ଡୁମାକୁମ୍ପା ଓ ଏନ.ଏ. ସିର ବିଭିନ୍ନ ୱାଡ଼କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

LEAVE A REPLY

Please enter your comment!
Please enter your name here