ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

0
384

ଭୁବନେଶ୍ୱର:ଓଡ଼ିଶାରେ ବଢୁଛି କରୋନା ଚିନ୍ତା । ରାଜ୍ୟରେ ଆଉ ୫ ଟି ଜୀବନ ନେଲା ମହାମାରୀ କରୋନା।ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୩୪ ଛୁଇଁଲା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଏମାନଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ ୩ ଜଣ ରହିଥିବା ବେଳେ ଖୋର୍ଦ୍ଧାରୁ ୨ ଜଣ ଅଛନ୍ତି। ତେବେ ଗଞ୍ଜାମ ଜିଲାର ୩ ଆକ୍ରାନ୍ତ ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ଯଥାକ୍ରମେ ୫୦, ୨୭ ଓ ୩୫।ସେହିପରି ଖୋର୍ଦ୍ଧାର ମୃତକ ଦ୍ୱୟ ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ଯଥାକ୍ରମେ ୫୧ ଓ ୬୪।ତେବେ ନୂଆ ମୃତକଙ୍କୁ ମିଶାଇ ଗଞ୍ଜାମ ଜିଲାରେ ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here