ଦୋକାନୀଙ୍କ ପାଇଁ ନୂଆ ନିୟମ ଲାଗୁ କଲା ଗଞ୍ଜାମ ଜିଲ୍ଲା ପ୍ରଶାସନ

0
759

ଗଞ୍ଜାମ(ନ୍ୟୁଜ ଏକ୍ସଟ୍ରା)ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଦିନକୁ ଦିନ ସ୍ଥିତି ବିଗୁଡିଛି। ସଂକ୍ରମଣ ରୋକିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ କଟକଣାକୁ କଡାକଡି କରିଛି। ସାମାଜିକ ଦୂରତାକୁ ଦିଆଯାଉଛି ଗୁରୁତ୍ଵ।ଯେଉଁମାନେ ନିୟମ ନ ମାନି ଦୋକାନ ଖୋଲିବେ ପ୍ରଥମେ ୫ ହଜାର ଟଙ୍କା ଜରିମାନା ସହ ୧୫ ଦିନ ପାଇଁ ଦୋକାନ ବନ୍ଦ କରାଯିବ। ସେହିପରି ଦ୍ୱିତୀୟ ଥର ପାଇଁ ନିୟମ ନମାନିଲେ ମାସକ ପାଇଁ ଉକ୍ତ ଦୋକାନ ବନ୍ଦ କରାଯିବା ସହ ସମ୍ପୃକ୍ତ ଦୋକାନୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହେବ। ଏ ନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌କରି ସୂଚନା ଦେଇଛନ୍ତି ।ଜିଲ୍ଲାରେ କୃଷି,ସାମଗ୍ରୀ ଓ ସ୍ୱାସ୍ଥ୍ୟ ସେବା ବ୍ୟତୀତ ଅନ୍ୟ କୌଣସି ଯାନବାହନ ଚଳାଚଳକୁ ଅନୁମତି ନାହିଁ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି।

LEAVE A REPLY

Please enter your comment!
Please enter your name here