ଭାମଶ୍ୟାଳିରେ ବିଷଖାଇ ଯୁବକଙ୍କ ଆତ୍ମହତ୍ୟା

0
329

ବୁଗୁଡ଼ା(ଅନିଲ କୁମାର ମହାରଣା)ବୁଗୁଡ଼ା ଥାନା ଭାମଶ୍ୟାଳୀ ଗ୍ରାମର ଜଣେ ଯୁବକ ଆଜି ବିଷଖାଇ ଆତ୍ମହତ୍ୟା କରିଛନ୍ତି। ଆଜି ଅପରାହ୍ନରେ ସେ ଘରେ ବିଷଖାଇ ଦେଇ ଥିବା ଜଣା ପଡିବା ପରେ ତାଙ୍କ ପରିବାର ଓ ସମ୍ପର୍କୀୟ ମାନେ ତାଙ୍କୁ ବୁଗୁଡ଼ା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେ ଗୁରୁତର ଥିବା ଡାକ୍ତର କହିବା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡାକ୍ତରଖାନା କୁ ନେବା ପାଇଁ ବ୍ୟବସ୍ଥା କରାଯାଇଥିଲା। ହେଲେ ବୁଗୁଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବ ମଧ୍ୟରେ ଓ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରଣ ପୂର୍ବରୁ ସେ ଆଖି ବୁଜିଦେଇଥିଲେ। ଯୁବକଙ୍କ ନାମ ଜିତୁ କୃଷ୍ଣ ନାୟକ ଓ ତାଙ୍କର ଦୁଇ ଭାଇ ଅନ୍ୟ ରାଜ୍ୟରେ ରୋଜଗାର ପାଇଁ ଯାଇଥିବା ବେଳେ ଜିତୁ ମାଆ ଙ୍କ ସହ ଘରେ ରହୁଥିଲେ। ଜିତୁକୃଷ୍ଣ (୨୨) ଗାଁ ରେ ରହୁଥିଲେ ମଧ୍ଯ କୌଣସି କାମଧନ୍ଦା କରୁନଥିଲେ ବୋଲି ସମ୍ପର୍କୀୟ ମାନେ କହିଛନ୍ତି। ସେ କାହିଁକି ବିଷଖାଇ ଆତ୍ମହତ୍ୟା କଲେ କାରଣ ସ୍ପଷ୍ଟ ହୋଇ ପାରିନାହିଁ। ବୁଗୁଡା ପୋଲିସ ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଥିବା ବେଳେ ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here