ଖୁସି ଖବର : ରାଜ୍ୟରେ ସୁସ୍ଥ ହେଲେ ଆଉ ୨୦୩ କରୋନା ଆକ୍ରାନ୍ତ

0
321

ଭୁବନେଶ୍ୱର:ରାଜ୍ୟର ଆଉ ୨୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟର ୫୭୦୫ ଜଣ ଆକ୍ରାନ୍ତ ଏବେ ସୁଦ୍ଧା ସୁସ୍ଥ ହୋଇସାରିଲେଣି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟୁଇଟ କରି ସୂଚନା ଦେଇଛି।

ସୁସ୍ଥ ହୋଇଥିବା ୨୦୩ ଜଣଙ୍କ ମଧ୍ୟରୁ ୩୮ ଜଣ ଗଞ୍ଜାମରୁ, ୩୭ ଜଣ ଖୋର୍ଦ୍ଧା, ୧୯ ଜଣ ଗଜପତି, ୧୮ ଜଣ କଟକ, ୧୮ ଜଣ ଜଗତସିଂହପୁର, ୧୨ ଜଣ ସମ୍ବଲପୁର, ସୁନ୍ଦରଗଡରୁ ୧୨, ଢେଙ୍କାନାଳରୁ ୧୦, ଯାଜପୁରରୁ ୮, ବରଗଡରୁ ୭, ମୟୂରଭଞ୍ଜରୁ ୬, ରାୟଗଡାରୁ ୫, ବାଲେଶ୍ୱର ଏବଂ କନ୍ଧମାଳରୁ ୩ ଜଣ, ପୁରୀରୁ ୨ ଏବଂ ଦେବଗଡ, ଝାରସୁଗୁଡା, ମାଲକାନଗିରି, କେନ୍ଦୁଝର ଏବଂ ନବରଙ୍ଗପୁରରୁ ଜଣେ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here