ୱାର୍ଡ ସ୍ତରରେ କମିଟି ଗଠନ କରି ସତର୍କତା ଅବଲମ୍ବନ କଲେ କରୋନା ହାରିବ – ଗଞ୍ଜାମ ଜିଲ୍ଲାପାଳ

0
323

ବୁଗୁଡା(ଅନିଲ କୁମାର ମହାରଣା) ୱାର୍ଡ ସ୍ତରରେ କମିଟି ଗଠନ କରି ଜନସଚେତନତା ସୃଷ୍ଟି କରି ସତର୍କତା ଅବଲମ୍ବନ କରିବା ସହ କୋଭିଡ ଆଇନକୁ ସମସ୍ତେ ମାନିବାକୁ ଦୃଢ଼ ପଦକ୍ଷେପ ଗ୍ରହଣ କଲେ ଗଞ୍ଜାମ ଜିଲ୍ଲା ନିଶ୍ଚିତ କରୋନା ମୁକ୍ତ ହୋଇ ପାରିବ ବୋଲି ବୁଗୁଡା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ପ୍ରଶାସନ ଓ ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କୁ ନେଇ ଗୁରୁବାର ଦିନ ଅନୁଷ୍ଠିତ ବୈଠକରେ ଗଞ୍ଜାମ ଜିଲ୍ଳାପାଳ ବିଜୟା ଅମୃତ କୁଲାଙ୍ଗେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଗଞ୍ଜାମକୁ କରୋନା ମୁକ୍ତ କରିବା ପାଇଁ ଜିଲ୍ଳାପାଳ ପ୍ରତି ବ୍ଲକ ସ୍ତରରେ ସ୍ଥାନୀୟ ଲୋକ ପ୍ରତିନିଧି ଏବଂ ସରକାରୀ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ନେଇ ବୈଠକ ପରେ ବୈଠକ କରି କୋଭିଡ ଆଇନ କିପରି ଶତ ପ୍ରତିଶତ ସଫଳ ହୋଇପାରିବ ଦିବାରାତ୍ର ଏକାକାର କରି ଲାଗିପଡିଥିବା ଦେଖାଦେଇଛି। ଜିଲ୍ଲାର ସମସ୍ତ ଲୋକ ପ୍ରତିନିଧି ଓ ଆଞ୍ଚଳିକ ପ୍ରଶାସନିକ ଅଧିକାରୀ ବୃନ୍ଦ ଆନ୍ତରିକତା ସହ କାର୍ଯ୍ୟ କରିବା ପାଇଁ ଆଜିର ବୈଠକରେ ଜିଲ୍ଳାପାଳ ପରାମର୍ଶ ଦେଇଥିଲେ। ଗ୍ରାମାଞ୍ଚଳରେ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଓ ପଞ୍ଚାୟତ କର୍ମଚାରୀ ବୃନ୍ଦ ପ୍ରତି ୱାର୍ଡ ସ୍ତରରେ କମିଟି ଗଠନ କରି ଯେଉଁ ବ୍ୟକ୍ତିମାନଙ୍କ ଠାରେ ଥଣ୍ଡା, କାଶ, ଜ୍ଵର ପ୍ରଭୃତି ଲକ୍ଷଣ ଦେଖାଦେବ ସେମାନଙ୍କୁ ତୁରନ୍ତ ପ୍ରତି ପଞ୍ଚାୟତରେ ସ୍ଥାପିତ ହେବାକୁ ଥିବା କୋଭିଡ କେୟାର ହୋମକୁ ସ୍ଥାନାନ୍ତର କରି ଚିକିତ୍ସା କରିବା ସହ ସ୍ଲାବ ପରୀକ୍ଷା କରାଇବାକୁ ପରାମର୍ଶ ଦେଇଥିଲେ। ଜନଗହଳି ଯେପରି ନହେବ ସେଥିପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ। ଘରୁ ନବାହାରିବା ପାଇଁ ଲୋକଙ୍କୁ କହିବା ସହ ଅତି ଆବଶ୍ୟକ ସ୍ଥଳେ ମାସ୍କ ପିନ୍ଧି ବାହାରକୁ ଯିବାକୁ ପରାମର୍ଶ ଦେବାକୁ କହିଥିଲେ। ଜନସାଧାରଣଙ୍କ ସୁବିଧା ପାଇଁ ଲକ ଡାଉନ ସମୟ କୋହଳ ହୋଇଥିବା ବେଳେ ଦୋକାନ ମାନଙ୍କରେ ଯେପରି ଗହଳି ନହେବ ସେଠିପ୍ରତି ଦୃଷ୍ଟି ଦେବାକୁ ମଧ୍ୟ ଲୋକପ୍ରତିନିଧି ମାନଙ୍କୁ ପରାମର୍ଶ ଦେଇଥିଲେ। ଯେଉଁମାନେ ବର୍ତ୍ତମାନର ନିୟମ ଉଲଘଂନ କରୁଥିବା ଜଣାପଡେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପଦକ୍ଷେପ ନେବାକୁ କହିଥିଲେ। ସମସ୍ତଙ୍କ ସହଯୋଗ ଓ ସତର୍କତା ଅବଲମ୍ବନ ସୁଚାରୁ ରୂପେ ଗ୍ରହଣ କରାଗଲେ ଆମ ଗଞ୍ଜାମ ଜିଲ୍ଲା ନିଶ୍ଚିତ ଭାବେ କରୋନା ମୁକ୍ତ ହୋଇ ପାରିବ ବୋଲି ପ୍ରକାଶ କରିଥିଲେ। ସରପଞ୍ଚ ଓ ପାଞ୍ଚାୟତ କର୍ମଚାରୀ ବୃନ୍ଦ ସଫଳତାର ସହ ପ୍ରବାସୀ ଓଡିଆମାନଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସେବା ଯୋଗାଇଥିବା ଯୋଗୁଁ ଧନ୍ୟବାଦ ପ୍ରଦାନ କରିଥିଲେ। ଆଜିର ବୈଠକରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର, ତହସିଲଦାର ସଂଗ୍ରାମ କେଶରୀ ଜେନା, ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା, ସିଡିପିଓ ରଞ୍ଜିତା ତ୍ରିପାଠୀ, ଏନଏସି ଇଓ ରଶ୍ମିରଞ୍ଜନ ଦାଶ,ବ୍ଲକର ବିଭିନ୍ନ କର୍ମଚାରୀ, ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ଗ୍ରାମ ପାୟତର କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here