ଢୁଙ୍କାପଡା ପଞ୍ଚାୟତରେ କୋଭିଡି କେୟାର ହୋମ୍

0
389

ପୋଲସରା(ଅନିଲ କୁମାର ମହାରଣା) ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସ୍ଥିତି ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମୃତ କୁଲାଙ୍ଗେ ପ୍ରମୁଖ ଭୂମିକା ଗ୍ରହଣ କରି ପ୍ରତି ପଞ୍ଚାୟତରେ କୋଭିଡି କେୟାର ହୋମ୍ କରିବା ପାଇଁ ସମସ୍ତ ସରପଞ୍ଚ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ନେଇ ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡା ପଞ୍ଚାୟତର ସରପଞ୍ଚ କୁନି ଜେନା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ପାଳନ କରି ନିଜ ପଞ୍ଚାୟତର କାର୍ଯ୍ୟାଳୟ ବୈଠକ ଗୃହରେ ଏକ କୋଭିଡି କେୟାର ହୋମ୍ ପ୍ରତିଷ୍ଠା କରିଛନ୍ତି। ନିଜ ପଞ୍ଚାୟତକୁ କରୋନା ମହାମାରୀ ଠାରୁ ରକ୍ଷା କରିବା ପାଇଁ ୧୦ ଟି ଶଯ୍ୟା ବିଶିଷ୍ଟ କୋଭିଡ କେୟାର ହୋମ ପ୍ରତିଷ୍ଠା କରି ନିଜ ପଞ୍ଚାୟତରେ କରୋନା ସଂକ୍ରମଣ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି ସରପଞ୍ଚ ଶ୍ରୀମତୀ ଜେନା। ଯଦି କୌଣସି ବ୍ୟକ୍ତିଙ୍କୁ ଥଣ୍ଡା , କାଶ, ଜ୍ବର ଭଳି କିଛି ଲକ୍ଷଣ ଦେଖାଯାଏ ତେବେ ସେମାନଙ୍କୁ ତୁରନ୍ତ ଏହି କୋଭିଡି କେୟାର ହୋମରେ ରଖାଯାଇ ପ୍ରାର୍ଥମିକ ଚିକିତ୍ସା କରାଯିବର ବ୍ୟବସ୍ଥା ଗ୍ରହଣ କରାଯାଇ ସେମାନଙ୍କ ସ୍ଲାବ ଟେଷ୍ଟ ପାଇଁ ପଠାଯିବ । ଯଦି କୌଣସି ବ୍ୟକ୍ତିଙ୍କ ପରୀକ୍ଷା ପରେ ପଜିଟିଭ ଦେଖାଯାଏ ତେବେ ସେହି ବ୍ୟକ୍ତିଙ୍କୁ ତୁରନ୍ତ ବ୍ରହ୍ମପୁର ସ୍ଥିତ କୋଭିଡି ହସପିଟାଲକୁ ସ୍ଥାନାନ୍ତରିତ କରିଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି ସରପଞ୍ଚ। ନିଜ ପଞ୍ଚାୟତକୁ କରୋନା ସଂକ୍ରମଣରୁ ମୁକ୍ତରଖି ଗ୍ରୀନ୍ ଜୋନ୍ କରିବା ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି ଢୁଙ୍କାପଡା ସରପଞ୍ଚ କୁନି ଜେନା ।

LEAVE A REPLY

Please enter your comment!
Please enter your name here