ଶ୍ରମ ମନ୍ତ୍ରୀଙ୍କ ଦ୍ୱାରା ଧନେଇ କେନାଲ ଉନ୍ନତି କରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

0
202

ପୋଲସରା : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ୍ ଅନ୍ତର୍ଗତ ମଥୁରା ଗ୍ରାମ ଠାରେ ଡିସେମ୍ବର ୧୭ ତାଟିଖ ଦିନ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଧନେଇ ଜଳ ସେଚନ ପ୍ରକଳ୍ପର ଧନେଇ ବିତରକ ର ୧୪ କି.ମି. ଠାରୁ ୨୫:୪୬ କି.ମି ପର୍ଯ୍ୟନ୍ତ ପାଇକ ଯମୁନା ଉପ ବିତରକ ପର୍ଯ୍ୟବେକ୍ଷଣ ରାସ୍ତା ଓ ଧନେଇ ବିତରକ ର ୨୦:୪୬ କି.ମି ଠାରୁ ୨୫:୪୬ କି.ମି ମଧ୍ୟରେ ବିନିର୍ଗତ ମାଇନର ଓ ସବ୍ ମାଇନର ଉନ୍ନତିକରଣ କାର୍ଯ୍ଯର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। କାର୍ଯ୍ୟକ୍ରମରେ ବ୍ରହ୍ମପୁର ଅଧିକ୍ଷକ ଯନ୍ତ୍ରୀ ଇଂ ଜୟଦୀପ ପଣ୍ଡା, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଅଜିତ କୁମାର ପ୍ରଧାନ, ସହକାରୀ ଯନ୍ତ୍ରୀ ଇଂ ସଂଜୀବ କୁମାର ପଣ୍ଡା ଓ ଇଂ ସତ୍ୟ ସୁନ୍ଦର ପାତ୍ର ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୋଲସରା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ରାଜେନ୍ଦ୍ର ପ୍ରଧାନ, ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା ଜିଲ୍ଲା ପରିଷଦ ମେମ୍ବର ବୃନ୍ଦ ଅଶୋକ କୁମାର ବିଷୋୟୀ, ଝୁନୁ ଦାସ ଓ ବିକ୍ରମ କୁମାର ନାୟକ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ ଏବଂ ସ୍ଥାନୀୟ ସରପଞ୍ଚ,ସମିତି ସଭ୍ୟ, ଅନ୍ୟାନ୍ୟ ପ୍ରତିନିଧି ଓ ଜନସାଧାରଣ ଉପସ୍ଥିତ ଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here